ତହସିଲ ରେ ଅବ୍ୟବସ୍ଥା, ସାଧାରଣ ଦୁର୍ଦ୍ଦଶା ର ଶିକାର,ଖାଲି ଥିବା ପଦବୀ ପୂରଣ ଦାବି

0
172
ତହସିଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୧୮/୧୧) : ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ ଉପଖଣ୍ଡ ହେଲା ଟିଟିଲାଗଡ଼ ସହର । ଏଠାକୁ ବହୁତ ଲୋକ ନିଜର ଜମିକିଣା ବିକା ତଥା ବିଭିନ୍ନ ତହସିଲ କାର୍ଯ୍ୟ ପାଇଁ ପ୍ରତିଦିନ ଶହ ଶହ ଲୋକ ଆସିଥାନ୍ତି ।

ଇତି ମଧ୍ୟରେ ଅତିରିକ୍ତ ତହସିଲଦାର ଓ ସବ ରେଜିଷ୍ଟ୍ରାରଙ୍କ ବଦଳି ହେବା ପରେ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ତାଙ୍କ ସ୍ଥାନରେ ନୂତନ ଅଧିକାରି ନିଯୁକ୍ତ ନ ହେବା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତହସିଲ ରେ ଅବ୍ୟବସ୍ଥା, ସାଧାରଣ ଦୁର୍ଦ୍ଦଶା ର ଶିକାର ଖାଲି, ଥିବା ପଦବୀ ପୂରଣ ଦାବି ।

ଏହାର କାରଣ ହେଉଛି ସ୍ଥାନୀୟ ତହସିଲଦାର ନିଜର ଦାୟିତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ଆହୁରି ଅନେକ ଦାୟିତ୍ୱ ତୁଲାଇବାକୁ ପଡୁଛି, ଫଳରେ ଜମି ପଞ୍ଜିକରଣ କରିବା ପାଇଁ ଆସୁଥିବା ଲୋକମାନେ ଗୋଟିଏ ଜମିର ପଞ୍ଜିକରଣ କରିବା ପାଇଁ ଦୁଇରୁ ତିନି ଥର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ଫେରି ଯାଇଥାନ୍ତି, ସେଥିପାଇଁ ଦୂର ଦୁରାନ୍ତରୁ ଆସି ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି । ପ୍ରତିଦିନ ଜମି ପଞ୍ଜିକରଣ ପାଇଁ ଯେତେ ଦଲିଲ ଦାଖଲ ହେଉଛି ସମସ୍ତ ଦଲିଲର ପଞ୍ଜିକରଣ ଉକ୍ତ ଦିନ ହୋଇପାରୁନାହିଁ, ସେଥିପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ମଧ୍ୟ ହେଉଛି ।

ଟିଟିଲାଗଡ଼ ତହସିଲର ଅତିରିକ୍ତ ତହସିଲଦାରଙ୍କ ବଦଳି ପରେ ଦୀର୍ଘ ଏକ ମାସ ବିତିଯାଇଥିଲେ ହେଁ ନୂତନ ଅତିରିକ୍ତ ତହସିଲଦାର ନିଯୁକ୍ତ ନ ହେବା ଯୋଗୁଁ ତହସିଲ ରେକର୍ଡ ରୁମରେ ପଟ୍ଟା ଦସ୍ତଖତ ହୋଇପାରୁନାହିଁ, ଯଦ୍ୱାରା ସରକାରଙ୍କର ଘୋଷଣା ନାମାନୁସାରେ ପଞ୍ଜିକରଣର ସାତ ଦିନ ମଧ୍ୟରେ ପଟ୍ଟା ଦେବା କଥା ସେଇଟା ଏବେ ସମ୍ଭବ ହୋଇ ପାରୁନାହିଁ । ଯଥା ଶୀଘ୍ର ସରକାର ଏ ଦିଗରେ ଦୃଷ୍ଟି ଦେବା ସହ ଖାଲିଥିବା ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି ।