ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
126
ଅବସରପ୍ରାପ୍ତ ଶିକ୍ଷକ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୯/୧୧) : ବୋରିଗୁମ୍ମା ଶିକ୍ଷକ ଭବନ ଠାରେ ଟିଙ୍ଗିରିପୁଟ ପ୍ରାଥମିକ ବିଦ୍ୟାଳୟର ଏକ୍ସ୍ କ୍ୟାଡର ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ନାୟକ ଙ୍କୁ ଶୁକ୍ରବାର ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।WhatsApp Image 2022 11 19 at 14.57.24 1 ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଚିନ ମଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶତୃଘ୍ନ ଖଣ୍ଡା ଓ ସୁବାସ ଚନ୍ଦ୍ର ମାଝୀ, ଭଗବାନ ମାଝି ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ଏମ୍. କାମେଶ୍ୱର ରାଓ, ଉପ ସଭାପତି ଲଳିତ କୁମାର ପଟ୍ଟନାୟକ, ବିଭିନ୍ନ ବର୍ଗର ଶିକ୍ଷକ ସଂଘ କର୍ମକର୍ତ୍ତା ତଥା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ।ଉକ୍ତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମକୁଏହି ଶିକ୍ଷକ ପି. ଚନ୍ଦ୍ରଶେଖର ରାଓ, ସୁରେନ୍ଦ୍ର ବିଷୋୟୀ, ସୁଧୀର ନାୟକ, ବାବୁଲି ରାୟ, ଗୋପାଳ କୃଷ୍ଣ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକ୍ସ୍ କ୍ୟାଡର ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ଶିକ୍ଷକ ମାନେ ପରିଚାଳନା କରିଥିଲେ।