ସାହାଜପାଲ ବଜାରଛକ ଅଞ୍ଚଳରେ ଫାଣ୍ଡି ଓ ବିଟ ହାଉସ ନିର୍ମାଣ ସହ ପୋଲିସ କର୍ମଚାରୀ ମୁତୟନ ଦାବି

0
226

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,(୧୬/୦୮) : ବୋୖଦ୍ଧ ଜିଲ୍ଲା ସାହାଜପାଲ ବଜାରଛକ ଏକ ଜନଗହଳି ପୂର୍ଣ୍ଣ ଛକ । ଏ ଛକ ଉପରେ ଆଖପାଖ ଛଅ ଟି ଗ୍ରାମପଞ୍ଚ।ୟତ ର ଲୋକମାନେ ନିର୍ଭର କରିବା ସହ ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀ ଓ ବେପାରିମାନେ ଏହି ଛକ ଉପରେ ନିର୍ଭର କରନ୍ତି ।

ଏହିଭଳି ଏହି ସାହାଜପାଲ ବଜାରଛକ ରେ ମିନି ବେଙ୍କ, ଉତ୍ତୋକଲ ଗ୍ରାମୀଣ ବ୍ୟାଙ୍କ, ଓ ସି.ଏସ.ପି. କେନ୍ଦ୍ର ଦୁଇ ଦୁଇ ଟି ଏଟିଏମ ମଧ୍ୟ ଏହି ଛକ ରେ ଚାଲିବା ସହ ଚୋରି, ଡକାୟତି, ନିଶାକାରବାର ଚାଲୁଥିବା ଯୋଗୁଁ ଏ ଛକ ଉପରେ ଭୟର ବାତାବରଣ ଦେଖା ଦେଉଛି । ଏହି ସାହାଜପାଲ ଅଞ୍ଚଳରେ କଲେଜ ଓ ଦୁଇ ଦୁଇଟି ହାଇସ୍କୁଲ ସଂଗ୍ରାମପୁର ଓ ମୁଣ୍ଡିପଦର ହାଇସ୍କୁଲ ର ଛାତ୍ରଛାତ୍ରୀ ମାନେ ଏ ଛକ ଦେଇ ବିଦ୍ୟାଳୟ କୁ ଅସାଧୁ ଲୋକ ମାନଙ୍କ ଯୋଗୁଁ ପାଠ ପଢିବା ପାଇଁ ମଣୁ ନାହାଁନ୍ତି ।

ସାହାଜପଲ ଛକଠାରୁ ବାଉଁଶୁଣି ଥାନା କୁ ୧୧ କିଲୋମିଟର ଦୂର ହେଉଥିବା ଯୋଗୁଁ ବିଳମ୍ବ ଦେଖାଦେଇଥାଏ । ଏହିଭଳି ଆଗରୁ ଏ ଛକ ରେ ବିଟ ହାଉସ ଥିବା ବେଳେ ସେ ବିଟ ହାଉସରେ ବାଉଁଶୁଣି ଥାନାର କର୍ମଚାରୀ ମାନେ କାମ କରୁଥିଲେ । କୌଣସି କାରଣରୁ ପୋଲିସ ପ୍ରଶାସନ ଆଉ ବିଟ ହାଉସରେ ରହିଲେ ନାହିଁ । ସେହି ବିଟ ହାଉସରେ ଏବେ ଜନସାଧାରଣ ରହି ଜୀବନ ଯାପନ କରୁଛନ୍ତି । ତୁରନ୍ତ ଏହିଛକ ରେ ବିଟ ହାଉସ ନିର୍ମାଣ ହେବାସହ ପୋଲିସ ପ୍ରଶାସନ କର୍ମଚାରୀ ଙ୍କୁ ମୁତୟନ କରିବା ପାଇଁ ପ୍ରଶାସନ କୁ ଦାବି ହେଉଛି ।