ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୋକାନରୁ ଚୋରି

0
136
ଏସପିଙ୍କ କାର୍ଯ୍ୟାଳୟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୦/୧୧) : ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହୋଇଛି ଚୋରି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଏସ୍‌ପି ଅଫିସ୍‌ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ହୋଇଛି ଚୋରି । ଗୋଟିଏ ବ୍ୟାଗ୍ ଦୋକାନ ଓ ଗୋଟିଏ ଡ୍ରେସ ଦୋକାନରୁ ହୋଇଛି ଚୋରି । ଜିନିଷପତ୍ର ସହିତ ଟଙ୍କା ନେଇ ଯାଇଛନ୍ତି ଚୋର ।

ଅଭିଯୋଗ ପାଇବା ପରେ ଭଦ୍ରକ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ, ଭଦ୍ରକ ଅସ୍ତଳ ଛକ ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୀର ସକିବୁର ରେହମାନଙ୍କ ଡ୍ରେସ ଦୋକାନ ଗତ କିଛି ଦିନ ଧରି ବନ୍ଦ ଥିଲା । ଶନିବାର ସନ୍ଧ୍ୟାରେ ସେ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଡ୍ରେସ୍ ସହିତ ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଦୋକାନ ପଛପଟରେ ଥିବା ସ୍କାଇଲାଟ ଭାଙ୍ଗି ଚୋର ପଶିଥିବା ଜଣାପଡ଼ିଛି ।

ସେହିପରି ମୀର ସକିବୁରଙ୍କ ଦୋକାନ ପାଖରେ ମୀର୍ଜା ଆଜାରୁଦ୍ଦିନଙ୍କ ବ୍ୟାଗ୍ ଦୋକାନ ଅଛି । ତାହା ମଧ୍ୟ କିଛି ଦିନ ଧରି ବନ୍ଦ ଥିଲା । ସେ ବି ଗତକାଲି ସନ୍ଧ୍ୟାରେ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଲେ । ତାଙ୍କ ଦୋକାନ ପଛପଟ ସ୍କାଇଲାଟ ବି ଭଙ୍ଗା ଯାଇଥିଲା । ତାଙ୍କ ଦୋକାନରୁ ବ୍ୟାଗ୍‌ ସହିତ ଟଙ୍କା ଚୋରି ହୋଇଥିବା ସେ କହିଛନ୍ତି ।

ଭଦ୍ରକ ଟାଉନ ଥାନା ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି । ତେବେ ପ୍ରଶ୍ନ ଉଠୁଛି- ସବୁଠାରୁ ସୁରକ୍ଷିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଯଦି ଏଭଳି ଚୋରି ହେଉଛି, ତେବେ ଅନ୍ୟ ଅଞ୍ଚଳର ଅବସ୍ଥା କେମିତି ଥିବ ? ସେହିପରି ମୀର ସକିବୁରଙ୍କ ଦୋକାନ ପାଖରେ ମୀର୍ଜା ଆଜାରୁଦ୍ଦିନଙ୍କ ବ୍ୟାଗ୍ ଦୋକାନ ଅଛି । ତାହା ମଧ୍ୟ କିଛି ଦିନ ଧରି ବନ୍ଦ ଥିଲା । ସେ ବି ଗତକାଲି ସନ୍ଧ୍ୟାରେ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଲେ । ତାଙ୍କ ଦୋକାନ ପଛପଟ ସ୍କାଇଲାଟ ବି ଭଙ୍ଗା ଯାଇଥିଲା । ତାଙ୍କ ଦୋକାନରୁ ବ୍ୟାଗ୍‌ ସହିତ ଟଙ୍କା ଚୋରି ହୋଇଥିବା ସେ କହିଛନ୍ତି ।