୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ସହ ଜଣେ ବ୍ୟକ୍ତି ଗିରଫ

0
114
୧୪ ଜଣ ଦାଦନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୦/୧୧) : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପିକଅପ୍ ଭ୍ୟାନ୍ ଜବତ ନେଇ ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ୧୪ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ବେଲପଡା ଠାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପିକଅପ୍ ଭ୍ୟାନ୍‌କୁ ଜବତ କରିବା ସହ ୧୪ ଜଣ ଦାଦନଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଗିରଫ ଅଭିଯୁକ୍ତ ଜଣକ ବେଲପଡା ର ହରିସ ଚନ୍ଦ୍ର ଛତ୍ରିଆ ବୋଲି ଜଣାପଡିଛି । ଅନ୍ୟପଟେ ଜିଲ୍ଲା ପୋଲିସ ଦ୍ୱାରା ମିଶନ ଉଦ୍ଧାରରେ ଏ ପର୍ଯ୍ୟନ୍ତ ୬୦୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୪ ଟି ମାମଲା ପଞ୍ଜିକୃତ ହୋଇଛି ଏବଂ ୫୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।