ୟୁଥ ୱାରୀୟର ତରଫରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ

0
174
ୟୁଥ ୱାରୀୟର

ରିପୋର୍ଟ : ଜଗଦୀଶ ଦାଶ
ଟିକାବାଲି, (୨୧/୧୧) : ଟିକାବାଲି ବ୍ଲକ ରେ କ୍ରୀଡା ଓ କ୍ରୀଡ଼ାବିତ ଙ୍କ ବିକାଶ ଉଦ୍ଦେଶ୍ୟ ରେ ୟୁଥ ୱାରୀୟର ଯୁବ ସଙ୍ଗଠନ ଅନେକ ପ୍ରତିଯୋଗିତା କାର୍ଯ୍ୟକ୍ରମ କରିବା ପାଇଁ ଚେଷ୍ଟା କରିଆସୁଅଛି ।

ୟୁଥ ୱାରୀୟର ଯୁବ ସଂଗଠନ ଟିକାବାଲି ବ୍ଲକ ରେ ଫୁଟବଲ ଖେଳ ର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି । ସେଥିମଧ୍ୟରେ ରବିବାର ଅପରାହ୍ନ ୩ ଘଣ୍ଟିକା ସମୟରେ ଗୁଟିଙ୍ଗିଆ ଓ ଉପରଖୋଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହି ପ୍ରତିଯୋଗିତା ପୂର୍ଣ୍ଣ ମ୍ୟାଚ ରେ ଗୁଟିଙ୍ଗିଆ ୪-୦ ଗୋଲ ରେ ବିଜୟୀ ହୋଇଥିଲା । ଏହି ମ୍ୟାଚ ରେ ରେଫେରୀ ଦାୟିତ୍ୱ ବାବୁ ଭାଇ ପରିଚାଳନା କରିଥିଲେ ।

ଏଠାରେ ବରିଷ୍ଠ ତଥା ଅଭିଜ୍ଞତା ସଂମ୍ପନ୍ନ ପୂର୍ବତନ କ୍ରୀଡ଼ାବିତ ମାନଙ୍କ ଉପସ୍ଥିତି ଖେଳାଳି ମାନଙ୍କୁ ଅଧିକ ଉତ୍ସାହିତ କରିଥିଲା । ଏହି କ୍ରୀଡା କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର, ପୂର୍ବତନ କ୍ରୀଡ଼ାବିତ ଶ୍ରୀ ଗୋବିନ୍ଦ ବେହେରା, ଶ୍ରୀ ପବିତ୍ର ପାତ୍ର, ଶ୍ରୀ ସଂଗ୍ରାମ ଭୋଇ, ଶ୍ରୀ ହେମନ୍ତ ପ୍ରଧାନ, ଶ୍ରୀ ସଞ୍ଜି ବାବୁ, ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ଶ୍ରୀ ନିକୁଞ୍ଜ ସାହୁ, ଶ୍ରୀ ସୁକାନ୍ତ ଦାଶ, ଶ୍ରୀ ପଞ୍ଚାନନ ପାଣିଗ୍ରାହୀ, ଶ୍ରୀ ମାନସ ବେହେରା ସହ ଅନେକ ଅତିଥି ଖେଳକୁ ଉପଭୋଗ କରିଥିଲେ ।

ଖେଳ ଆରମ୍ଭ ରେ ବରିଷ୍ଠ ନେତୃବୃନ୍ଦ ଶ୍ରୀ ପବିତ୍ର ପାତ୍ର ଓ ଶ୍ରୀ ଗୋବିନ୍ଦ ବେହେରା, ବ୍ଲକ ଅଧକ୍ଷ ଦିଲ୍ଲୀପ କହଁର ମହୋଦୟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଉପଦେଶ ପ୍ରଦାନ କରିଥିଲେ । ଆଗକୁ ଏହିପରି ଅନେକ କାର୍ଯ୍ୟକ୍ରମ କରି ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ କରିବା ପାଇଁ ଆଶ୍ୱାସନା ପ୍ରଦାନ କରିଥିଲେ ।