ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ଼, ପାଖାପଖି ୧୦ ମୃତ

0
157
ୱାଲମାର୍ଟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ, (୨୩/୧୧) : ଆମେରିକାରେ ପୁଣି ଫୁଟିଲା ଗୁଳି । ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍‌ରେ ଭିଡ ଜମିଥିବା ବେଳେ ଗୁଳିମାଡ ହୋଇଛି ।

ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ଼ । ଏଥିରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର ଗୁଳିକାଣ୍ଡ । ସମାଚାର ଏଜେନ୍ସି ଏଏଫ୍‌ପିର ରିପୋର୍ଟ ମୁତାବକ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି ୱାଲମାର୍ଟ ଷ୍ଟୋର୍‌ରେ ପସି ଆସିଥିଲା ।

ଏହାପରେ ଭିଡ ଉପରୁ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି । ସେପଟେ ପୁଲିସ ଉକ୍ତ ସୁଟର୍‌କୁ ମଧ୍ୟ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି । ପୁଲିସ କହିବା ମୁତାବକ, ୱାଲ୍‌ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍ ଭିତରକୁ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ।