ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ

0
159
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୧୧) : ରାୟଗଡ଼ା ସହର ଉପଖଣ୍ଡ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 25 at 21.26.47 1 ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବ ରେ ମୁଖ୍ୟ ଅତିଥୀ ରୂପେ ଡିଏସପି ସୁଶାନ୍ତକୁମାର ପକଡିଆ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ ଉଦଘାଟନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି । ସମ୍ମାନୀତ ଅତିଥୀ ରୂପେ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ, ଜିଲ୍ଲା କ୍ରୀଡା ଅଧାକୀର ସେକ ଆଲେନୁର, ଅଧ୍ୟକ୍ଷ ଆରକେ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଖେଳକୁଦ ସୁସ୍ଥ୍ୟ ଶରୀର ଗଠନରେ ଶିକ୍ଷାର୍ଥୀ ଜୀବନରେ ଉପାଦେୟ ହୋଇଥାଏ ।

ତେଣୁ ପାଠ ପଢି ଭବିଷ୍ୟତ ଗଢିବା ସହ ଖେଳକୁଦ ମଧ୍ୟ ବିଦ୍ୟର୍ଥୀ ଜୀବନର ପରିପୂରକ ଉପାଦନ ବୋଲି ମୁଖ୍ୟ ଅତିଥୀ ଶ୍ରୀ ପକଡିଆ ସଭାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରକାଶ କରିଥିଲେ । ସେହିପରି ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ପାଢୀ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ସଭାରେ ପ୍ରକାଶ କରିଥିଲେ । ସମ୍ପ୍ରତି କ୍ରୀଡା ଉତ୍ସବରେ ଶିକ୍ଷାନୁଷ୍ଠାନ ର ୫୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ଏହା ଆଗମୀ ଦୁଇଦିନ ଯାଏଁ ଚାଲିବା ନେଇ ସୂଚନା ମିଳିଛି ।

୫୦ ଓ ୧୦୦ମିଟର ଦୌଡ ପ୍ରତିଯୋଗିତା, ସଟପୁଟ ଥ୍ରୋ, ହାଇ ଜମ୍ପ, ଲଙ୍ଗ ଜମ୍ପ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତାରେ ଏକାଧିକ ପ୍ରତିଯୋଗି ଅଂଶଗ୍ରହଣ କରି କ୍ରୀଡା ଅର୍ନ୍ତଃନିହିତ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଶିକ୍ଷାନୁଷ୍ଠାନ ର ଶକ୍ଷକ ତପନ କଲାସି ଉକ୍ତ ପ୍ରତିଯୋଗିତା ସଞ୍ଚାଳନ କରିଥିବାବେଳେ ଅଧ୍ୟାପକ ସୁବାଶିଷ ହୋତା, ବିଶ୍ୱରଞ୍ଜନ ମିଶ୍ର, ଦିବ୍ୟପ୍ରକାଶ ରଥ ସମେତ ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଛନ୍ତି ।