ବିଦ୍ୟୁତ ବିଭାଗ କର୍ମଚାରୀ କହିବା ସହ ଟଙ୍କା ଅସୁଲି ନାଁରେ ଦାଦାଗିରି

0
104
ବିଦ୍ୟୁତ ବିଭାଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୫/୧୧) : ବିଦ୍ୟୁତ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ କିଛି ଅଜଣା ବ୍ୟକ୍ତି ଆଜି ବିନିକା ଥାନା ବାଙ୍କି ଘିର୍ଡି ଗାଁ’ରେ ଦାଦାଗିରି କରିଛନ୍ତି ।

ବିଦ୍ୟୁତ ବିଭାଗ କର୍ମଚାରୀ କହିବା ସହ ଟଙ୍କା ଅସୁଲି ନାଁରେ ଦାଦାଗିରି କରିଛନ୍ତି । ଏମାନେ ଜୋର ଜବରଦସ୍ତି ଘରେ ପଶି ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବା ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୁଲିସ ଏକ ମକଦ୍ଦମା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାଙ୍କିଘିର୍ଡି ଗ୍ରାମର ଏସ. ସୀମାଞ୍ଜଳି ମହାକୁଡ଼ ବିନିକା ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ଗୋଟିଏ ସମୟରେ ଏକ ଚାରି ଚକିଆ ଗାଡ଼ିରେ କିଛି ବ୍ୟକ୍ତି ତାଙ୍କ ଘରକୁ ଆସି ଧସେଇ ପଶିଥିଲେ ।

ସେମାନେ ନିଜକୁ ବିଦ୍ୟୁତ ବିଭାଗକର୍ମଚାରୀ ବୋଲି ପରିଚୟ ଦେଇ ଘର ଭିତରେ ଯାଞ୍ଚ କରିବା ସହ ଟଙ୍କା ଅସୁଲି କରିବେ ବୋଲି କହିଥିଲେ । ତାଙ୍କ ସ୍ୱାମୀ ଘରେ ନ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ତାଙ୍କ କଥା ନ ଶୁଣି ସେମାନେ ତାଙ୍କୁ ଧକ୍କା ଦେଇ ଅଶ୍ଳୀଳ ଭାଷାରେ ଅନେକ ଗାଳି ଗୁଳଜ କରିବା ସହ ଧମକ ଦେଇ ସେଠାରୁ ସେମାନେ ଚାଲିଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୁଲିସ ଏକ ମକଦ୍ଦମା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।