ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟା

0
255
ଦ୍ୱିତୀୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬/୧୧) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶନିବାର ଦିନ ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ମଞ୍ଚାସିନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନ ର ଓଡ଼ିଶା ସରକାର ଙ୍କ ହରିଜନ ଆଦିବାସୀ ପଛୁଆବର୍ଗ କମିଶନର – ସୀତାଂଶୁ ରାଉତ,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ, ପୁରୁଣା କଟକ ସମିତି ସଭ୍ୟ ସରୋଜ ପ୍ରଧାନ, ଭୈରବୀ ମନ୍ଦିର ପରିଚାଳନା କମିଟି ର ପୂର୍ବତନ ସଭାପତି ସଲିଳ ଭୋକ୍ତା ଏବଂ ମହୋତ୍ସବ କମିଟି ସମ୍ପାଦକ ଅଶୋକ ସେଠି, ମଞ୍ଚସିନ ଥିଲେ ।

ସମସ୍ତ ଅତିଥି ଙ୍କୁ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚମ ସନ୍ଧ୍ୟା ର ମଞ୍ଚ ପରିଚାଳନା ରେ ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ କାର୍ଯ୍ୟ ତୁଲାଇ ଥିବା ବେଳେ ଶେଷରେ କମିଟିର ସଦସ୍ୟ କୈଳାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ପାଇଖ ଆଖଡ଼ା, ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ଅଞ୍ଚଳ ର ବିଭିନ୍ନ କଲେଜ ସ୍କୁଲ ର ଛାତ୍ରଛାତ୍ରୀ ଓ ଅଞ୍ଚଳ ର ଲୋକକଳା ନୃତ୍ୟ ଗୀତ ପରିବେଶଣ ହୋଇଥିଲା । ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ଲୋକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା ।