ଶ୍ରାଦ୍ଧ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌ : ୧୮ ଆହତ

0
121
ଶ୍ରାଦ୍ଧ ଭୋଜି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟନା, (୨୭/୧୧) : ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ମାଡ଼ିଗଲା କାର୍ । ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିହାରର ସାରଣ ଅଞ୍ଚଳରେ ଘଟିଛି ଏଭଳି ବଡ ଦୁର୍ଘଟଣା

ସୂଚନା ମୁତାବକ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିଲା । ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନ ଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା । ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା । ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି । ଏଥିସହ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ବନ୍ଦ କରି ବିରୋଧ ପ୍ରଶର୍ଦନ କରିଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖିଛି । କାର୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚଳାଇଥିବା ଗାଁ ଲୋକେ କହିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।