ଛଠ ପୂଜା ପ୍ରସାଦ ରୋଷେଇ ବେଳେ ବିସ୍ଫୋରଣ : ଜଳିଗଲେ ୭ ପୁଲିସକର୍ମୀ

0
112
ଛଠ ପୂଜା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟନା, (୨୯/୧୦) : ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲେ ୭ ପୁଲିସ କର୍ମୀ । ଏଥିସହ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିହାର ଔରଙ୍ଗାବାଦରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଔରଙ୍ଗାବାଦର ତେଲି କଲୋନିରେ ଛଠ ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଅଚ୍‌ନାକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଛଠ ପର୍ବ ପାଇଁ ପ୍ରସାଦ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ପାଇସ୍ ଲିକେଜ୍ ହୋଇଥିଲା । ଫଳରେ ଏଥିରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁ ଲାଗି ୩୦ ରୁ ଅଧିକ ମହିଳା ପୁରୁଷ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ନିଆଁକୁ ଆୟତ କରିବାକୁ ପହଞ୍ଚିଥିବା ୭ ରୁ ଅଧିକ ପୁଲିସକର୍ମୀ ମଧ୍ୟ ଜଳି ଯାଇଛନ୍ତି । ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।