ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

0
115

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୩/୧୨) : କଳାହାଣ୍ଡି ଜିଲ୍ଲା ଚେସ ଏସୋସିଏସନ ଓ ମାରୱାଡି ଯୁବାମଞ୍ଚ, ଜାଗୃତି ଶାଖା, ଭବାନିପାଟଣା ଦ୍ୱାରା ଏକ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅଗ୍ରସେନ ଭବନ, ଭବାନିପାଟଣା ଠାରେ ତା ୦୨: ୧୨: ୨୨ରିଖ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବଳୟ ଦେହୁରୀ, ନିର୍ବାହୀ ଅଧିକାରୀ , ଭବାନିପାଟଣାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।WhatsApp Image 2022 12 03 at 21.38.36 ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

ତା ୦୩ : ୧୨ : ୨୨ ରିଖ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନିପାଟଣା ପୌରାଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ଅଭିଜ୍ଞ ଚେସ ଖେଳାଳୀ ଶ୍ରୀଯୁକ୍ତ ସୁଧୀର କୁମାର ବେହେରା ଓ ଶ୍ରୀମତୀ କୁସୁମ ଅଗ୍ରୱାଲ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଭାପତି ରବିନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଜାଗୃତି ଶାଖାର ସଭାପତି ଶ୍ରୀମତୀ ଶ୍ଵେତା ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ଭୀମସେନ ପାତ୍ର, ବିଷ୍ଣୁ ଅଗ୍ରୱାଲ ଯୋଗଦାନ କରିଥିଲେ ।

ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ୮୨ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ସମୁଦାୟ ୨୨ ଜଣଙ୍କୁ ପୁରସ୍କୃତ କରାଗଲା । ଶ୍ରୀଯୁକ୍ତ କାର୍ତ୍ତିକ ଦଣ୍ଡସେନା ପ୍ରଥମ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଦ୍ୱିତୀୟ ଓ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଶ୍ରୀଯୁକ୍ତ ବିଦୁ ଭୂଷଣ ମିଶ୍ର ମୁଖ୍ୟବିଚାରକ କାର୍ଯ୍ୟ ତୁଲାଇ ଥିଲେ । ଶ୍ରୀଯୁକ୍ତ ବିଶ୍ବ ରଞ୍ଜନ ପଣ୍ଡା ସଭା କାର୍ଯ୍ଯ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ସଂପାଦନାରେ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ, ପ୍ରଭାତ ବ୍ରହ୍ମା, ସଂଜୀବ ଯୋଷୀ, ସୁଶିଲ ପଣ୍ଡା, ଶିଖା ଅଗ୍ରୱାଲ, ଜୟଶ୍ରୀ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ମାଙ୍ଗେଲାଲ ନାଏକ ଓ ଅନ୍ୟ ସଭ୍ୟବୃନ୍ଦ ସାହାଯ୍ୟ କରିଥିଲେ।