ରେଞ୍ଜର ଙ୍କ ଘରେ ପଶିଲା ଭିଜିଲାନ୍ସ

0
98
ରେଞ୍ଜର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଟିଟିଲାଗଡ଼, (୦୮/୧୨) : ଟିଟିଲାଗଡ଼ ରେଞ୍ଜର ଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।

ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି । ରେଞ୍ଜରଙ୍କ ଟିଟିଲାଗଡ଼ ସ୍ଥିତ ସରକାରୀ ବାସଭବନ, ବଲାଙ୍ଗୀର ସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୪ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ଚଢାଉ ସମୟରେ ଟିଟିଲାଗଡରେ ରେଞ୍ଜର ସରକାରୀ ବାସଭବନରେ ଉପସ୍ଥିତ ନ ଥିବା ଜଣାଯାଇଛି । ଭିଜିଲାନ୍ସ କର୍ମଚାରୀ ମାନେ ଘରେ ଥିବା ସମସ୍ତ ଜିନିଷ ପତ୍ରର ତନଖି କରିଥିବା ସହ ଏହାର ତାଲିକା ପ୍ରସ୍ତୁତ କରିଛନ୍ତି । ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି ।