ସିଲାଟି ନବନିର୍ମିତ ଉପବଜାର ପ୍ରାଙ୍ଗଣଗୃହ ଉଦଘାଟିତ ହେବା ସହ ଧାନ କିଣା ଆରମ୍ଭ

0
144
ସିଲାଟି ନବନିର୍ମିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୧୨) : ବିନିକା ବ୍ଲକ ଅନ୍ତର୍ଗତ ସିଲାଟି ନବନିର୍ମିତ ଉପବଜାର ପ୍ରାଙ୍ଗଣ ଉଦଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ।WhatsApp Image 2022 12 08 at 11.14.28 ସିଲାଟି ନବନିର୍ମିତ ଉପବଜାର ପ୍ରାଙ୍ଗଣଗୃହ ଉଦଘାଟିତ ହେବା ସହ ଧାନ କିଣା ଆରମ୍ଭ

ସିଲାଟି ନବନିର୍ମିତ ଉପବଜାର ପ୍ରାଙ୍ଗଣଗୃହ ଉଦଘାଟିତ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡିଓ ବ୍ୟାସଦେବ ବେହେରା, ଏଆରସିଏସ ଲଳିତ ମାଝୀ, ଏସସିଏସଓ ତ୍ରିନାଥ ଭୋଇ, ଆରଏମସି ସମ୍ପାଦକ ଉଦିତ ବାବୁ, ସିଲାଟି ପେକ୍ସ ସମ୍ପାଦକ ବଳରାମ ପଧାନ, ପେକ୍ସ ସଭାପତି ବାବୁଲୁ ବିଶି, ଚାଷୀନେତା ସଂଜୀବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆଜି ପ୍ରଥମ ଦିନରେ ଚାଷୀ ସୁଶାନ୍ତ ପାଣିଗ୍ରାହୀ ଙ୍କ ଠାରୁ ୭୫ କ୍ୱିଣ୍ଟାଲ ଧାନ କିଣା ଯାଇଥିଲା । ଏହି ଉପବଜାର ପ୍ରାଙ୍ଗଣ ଉଦଘାଟନ ହେବାପରେ ଅଞ୍ଚଳ ର ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।