୨୩ ଏକର ଗଞ୍ଜେଇ ଚାଷ ନଷ୍ଟକରିଛି ମାଛକୁଣ୍ଡ ପୋଲିସ

0
179
୨୩ ଏକର

ରିପୋର୍ଟ : ଶିବ ବିଶୋଇ //
କୋରାପୁଟ, (୧୫/୧୨) : ମାଛକୁଣ୍ଡ ପୋଲିସ ଦ୍ୱାରା ୨୩ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।WhatsApp Image 2022 12 15 at 11.04.26 ୨୩ ଏକର ଗଞ୍ଜେଇ ଚାଷ ନଷ୍ଟକରିଛି ମାଛକୁଣ୍ଡ ପୋଲିସ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କମେଲ ଏବଂ ପାଲାମ ଅଞ୍ଚଳରେ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ନଷ୍ଠ କରିଛି ପୋଲିସ । କଡା ସୁରକ୍ଷା ରେ ମାଛକୁଣ୍ଡ, ଲମତାପୁଟ, ଜୋଲାପୁଟ, କୋରାପୁଟ ପୋଲିସ, ଡି.ବି.ଏଫ, ଅବକାରୀ , ବିଭାଗ ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟେଡ ଙ୍କ ଉପସ୍ତିତିରେ ପ୍ରାୟ ୨୩ ଏକର ରେ ୨୭ ହଜାର ୬ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇ ସାରିଲାଣି । ସବୁ ସରକାରୀ ଜାଗାରେ ଗଞ୍ଜେଇ ଚାଷ କରିଥିବା ଜଣାପଡିଥିବା ବେଳେ ଏହାର ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ ର କଡା ପଦକ୍ଷପ ପରେ ପାଡୁଆ ଲମତାପୁଟ ଅଞ୍ଚଳରେ ଚଳିତ ବର୍ଷ ୭୫ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ଏସଡ଼ିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏବଂ ଗତବର୍ଷ କୋରାପୁଟ ଜିଲ୍ଲାରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ମାଛକୁଣ୍ଡ ଏବଂ ପାଡୁଆ ଅଞ୍ଚଳ ରେ ୬୦୦ ଏକର ଗଞ୍ଜେଇ ନଷ୍ଟ କରଯାଇଥିଲା । ଚଳିତ ବର୍ଷ ଲୋକଙ୍କୁ ସଚେତନ କରିବା ସହ ଗଞ୍ଜେଇ ଚାଷ ନଷ୍ଟ କରି ସମ୍ପୂର୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛି ।WhatsApp Image 2022 12 15 at 11.04.26 1 ୨୩ ଏକର ଗଞ୍ଜେଇ ଚାଷ ନଷ୍ଟକରିଛି ମାଛକୁଣ୍ଡ ପୋଲିସ