ବେଆଇନ୍ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା କୁ ଦାବୀ

0
126
ବେଆଇନ୍ କଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୫/୧୨) : ବଲାଙ୍ଗୀର ଜିଲ୍ଲାରେ ବେଆଇନ୍ ଭାବେ ବିଭିନ୍ନ ପ୍ରକାର ନିଶା କାରବାର ବଢ଼ି ଚାଲିଥିବା ବେଳେ ଏବେ କଫ ସିରଫ ବ୍ୟବସାୟ ବୃଦ୍ଧି ପାଉଛି । ବେଆଇନ୍ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା କୁ ଦାବୀ ।WhatsApp Image 2022 12 16 at 07.25.01 ବେଆଇନ୍ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା କୁ ଦାବୀ

ସୂଚନାନୂଜାୟୀ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଓ ଟିଟିଲାଗଡ ଏହି ଦୁଇଟି ସବ ଡିଭିଜନ ରେ ଏସ କଫ ନାମକ କଫ ସିରଫ ବେଆଇନ୍ ଭାବେ ବିକ୍ରୀ ବୃଦ୍ଧି ପାଉଛି । ସରକାର ଏହି କଫ ସିରଫ ବିଭିନ୍ନ ଔଷଧ ଦୋକାନ ଗୁଡିକ ରେ ଖୋଲା, ଖୋଲି ବିକ୍ରୀ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ବେଆଇନ୍ ଭାବେ ଉକ୍ତ କଫ ସିରଫ ୩୫୦ ରୁ ୪୦୦ ଟଙ୍କା ରେ ବିକ୍ରୀ ହେଉଛି । ବିଶେଷ ଭାବେ ଟିଟିଲାଗଡ ସହରାଞ୍ଚଳ ରେ କେତେକ ଅସାମାଜିକ ବ୍ୟକ୍ତି ଲେବୋର୍ଟ ନାମ୍ନୀ ଏକ କମ୍ପାନୀ ର ଏହି ସିରାଫ ୧୭୫ ଟଙ୍କା ମୂଲ୍ୟ ଥିବା ଏହି ସିରଫ କୁ ୩୫୦ ରୁ ୪୦୦ ଟଙ୍କା ରେ ବିକ୍ରୀ କରି ବେଶ୍ ଲାଭବାନ ହେଉଥିବା ବେଳେ ବିଭିନ୍ନ ବର୍ଗ ର ଲୋକଙ୍କ ସହ ଯୁବ ପିଢ଼ି ଅଭ୍ୟସ୍ତ ହେବା ଦେଖାଯାଉଛି । ଜିଲ୍ଲା ର ପାଟଣାଗଡ, କଣ୍ଟାବାଜି, ବଲାଙ୍ଗୀର ତଥା ଅନେକ ସ୍ଥାନରେ ଏହି ବେଆଇନ୍ କଫ ସିରଫ ଜବତ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି ।

ହେଲେ ଜାମିନ ରେ ଆସି ପୁନଃ କାରବାର ଚଳାଇ ଆସୁଛନ୍ତି । ପ୍ରକାଶ ଯେ, ଟିଟିଲାଗଡ ଉପଖଣ୍ଡ ଅଞ୍ଚଳ ରେ ଏହି କାରବାର ମାତ୍ରାଧିକ ଭାବେ ବୃଦ୍ଧି ପାଉଥିବା ବେଳେ ଅବକାରୀ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ଜ୍ଞାତ ସାର ରେ ଏହି ନିଶା କାରବାର ବଢ଼ି ଚାଲିଛି। ଅପର ପକ୍ଷରେ ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ଏହି କାରବାର ଉପରେ ଲଗାମ ନ ଲଗାଇବା ଯୋଗୁଁ ସରକାର ଙ୍କ ଲକ୍ଷ, ଲକ୍ଷ ଟଙ୍କା ର ରାଜସ୍ୱ ମଧ୍ୟ ନଷ୍ଟ ହେଉଛି ବୋଲି ଅଭିଯୋଗ ହେବା ଶହ ଯୁବପିଢି ଙ୍କ ଭବିସ୍ୱତ ନଷ୍ଟ ହେଉଛି ।WhatsApp Image 2022 12 16 at 11.42.17 ବେଆଇନ୍ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା କୁ ଦାବୀ

ଏ ନେଇ ଜିଲ୍ଲା କୁ ବିଭିନ୍ନ ଯାନ, ବାହାନ ଓ ବସ ରେ ନିୟମିତ କଟକ ରୁ ଆସିବା ତଥା ଜିଲ୍ଲା ଓ ବିଭିନ୍ନ ଅନ୍ୟ ଜିଲ୍ଲା ଗୁଡ଼ିକୁ ମଧ୍ୟ ଚାଲାଣ କରାଯାଉଥିବା ଜଣାଯାଇଛି । ଏହି ସିରଫ୍ କାରବାର କିପରି ତୁରନ୍ତ ବନ୍ଦ କରା ଯିବ ସେ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।