ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

0
148
ସଡକ ସୁରକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଲା ସ୍ୱୟଂ ଚଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତା ରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଞ୍ଚ ତଥା ଚାଳକଙ୍କୁ ସଡ଼କ ସୁରକ୍ଷା ପାଇଁ ଥିବା ନିୟମ କାନୁନ ସମ୍ୱନ୍ଧରେ ସଚେତନତା କରାଯାଇଛି ।

ସାମ୍ପ୍ରତିକ ସ୍ଥିତିରେ ଗାଡି ଚାଳକ ମାନେ ସଡକ ସୁରକ୍ଷା ର ବିଧି ବ୍ୟବସ୍ଥା ମାନୁ ନ ଥିବାରୁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଶେଷକରି ବାଇକ ଚାଳକ ଓ ପଛ ପଟରେ ବସିଥିବା ଲୋକ ହେଲମେଟ ପରିଧାନ କରୁନଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏଣୁ ଏହାକୁ ରୋକିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ ।WhatsApp Image 2022 12 16 at 08.58.51 1 ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସାମିଲ କରାଯାଇଛି । ଆଜି ଏ ନେଇ ମଦର ଟେରେସା ବ୍ଲକ ମିଶନ ଶକ୍ତି ଫେଡେରେସନ ର ସଦସ୍ୟା ବୃନ୍ଦ ଙ୍କ ଦ୍ୱାରା ସୋନପୁର- ବଲାଙ୍ଗୀର ରାସ୍ତାର ହରଡଖୋଲ ଠାରେ ବିନା ହେଲମେଟ ପରିଧାନ କରି ଯାଉଥିବା ଚାଳକଙ୍କୁ ସଚେତନତା କରାଇବା ସହ ୧ ହଜାର ଟଙ୍କା ବିନିମୟରେ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭାଗୀୟ କର୍ମକର୍ତ୍ତା, ପୋଲିସ ବିଭାଗର ଅଧିକାରୀ, ସାମ୍ବାଦିକ ପ୍ରମୁଖ ସାମିଲ ରହିଥିଲେ ।