ମକର ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
170
ମକର ମେଳା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୧୨) : ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ସାକୁସିଙ୍ଗା ଗ୍ରାମସ୍ଥିତ ବାବା ବିଶ୍ୱନାଥ ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ମକର ମେଳା ଚଳିତ ବର୍ଷ ୧୫ ତମ ପାଳନ ପାଇଁ ମନ୍ଦିର ପ୍ରାଙ୍ଗଣରେ କମିଟିର ସଭାପତି ବାଲ୍ମୀକି ପଣ୍ଡା ଙ୍କ ଅଧକ୍ଷତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 16 at 18.06.39 ମକର ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମକର ମେଳା ପାଇଁ ପ୍ରସ୍ତୁତି ବୈଠକ ରେ ପ୍ରତିଷ୍ଠାତା ଗଙ୍ଗାଧର ଦାସ ଯୋଗ ଦେଇଥିବା ବେଳେ ଧଳପୁର, ତେନ୍ତୁଳିପଦର, ଖରସଂକୁଲୋଇ, ଶଶିପୁର, ପରମାନନ୍ଦପୁର, ସାକୁସିଙ୍ଗା, ପଲସାକୁଟୁଣି,ଦୁର୍ଗାପୁର, ବେଲପଦର ଆଦି ଗ୍ରାମରୁ ଶତାଧିକ ଜଗନ୍ନାଥ ଦଳର ଭକ୍ତ ଯୋଗଦେଇଥିଲେ । ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ବଣ୍ଟନ ହେବା ସହିତ ଗୋ ସେବା, ସାଧୁସେବା, ପ୍ରବଚନ, ଅନ୍ନ ଦାନ, ବସ୍ତ୍ର ଦାନ, ନାମ ଯଜ୍ଞ, ସାଧୁ ସମ୍ମିଳନୀ, କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ବୈଠକରେ ମୁଖ୍ୟତଃ ମନ୍ଦିର ପୂଜକ ନିରଞ୍ଜନ ଦାସ, ଲଡ଼ୁ କିଶ୍ବର ଡାଙ୍ଗ, ଧ୍ରୁବ ଚରଣ ପାତ୍ର, ଗଙ୍ଗାଧର ସାହୁ, ଅରୁଣ ବାରିକ, ଅଶୋକ ମହାକୁଡ଼, ପୂର୍ବତନ ସରପଞ୍ଚ ପ୍ରଣବ ବାରିକ, ରଞ୍ଜିତ ମହାକୁଡ଼, ଧୋବେଇ ବାବା, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗିରିଶ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ଜାନୁଆରୀ ୧୨,୧୩, ଓ ୧୪ ତାରିଖ ତିନିଦିନ ଧରି ଏହି ମହା ଯଜ୍ଞ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।