ବାର୍ଷିକ କ୍ରୀଡା ରେ ଜେଭେଲିନ ବେକରେ ପଶି ଛାତ୍ର ଗୁରୁତର

0
83
ଜେଭେଲିନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୭/୧୨) : ସ୍କୁଲ ବାର୍ଷିକ କ୍ରୀଡ଼ା ଚାଳୁଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ । ବେକରେ ଜାଭେଲିନ ବାଜି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ଗାଁ’ରେ ।

ସୂଚନା ମତେ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବର୍ଷିକ କ୍ରୀଡ଼ା ଆୟୋଜିତ ହେଉଥିଲା । ତେବେ ଜାଭେଲିନ ଇଭେଣ୍ଟ ଚାଲୁଥିବା ବେଳେ ସ୍କୁଲ ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ସେଠାରେ ଠିଆ ହୋଇଥିବା ବେଳେ ହଠାତ ଏକ ଜାଭେଲିନଟି ତାଙ୍କ ବେକରେ ଗଳିଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏଥିସହ ଛାତ୍ରଙ୍କ ବେକରୁ ଜାଭେଲିନ୍ କାଢ଼ିବା ପ୍ରକ୍ରିୟା ଜାରି ରହିଛି ।