ସୁବର୍ଣ୍ଣପୁର ମହାବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ସଂପାନ ଅନୁଷ୍ଠିତ

0
105
ସୁବର୍ଣ୍ଣପୁର ମହାବିଦ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୧୨) : ସୁବର୍ଣ୍ଣପୁର ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ” ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ମନୋଜ ଦାସ ” ଶୀର୍ଷକରେ ଏକ ରାଜ୍ୟ ସ୍ତରୀୟ ସଂପାନ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 12 18 at 10.08.41 ସୁବର୍ଣ୍ଣପୁର ମହାବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ସଂପାନ ଅନୁଷ୍ଠିତ

ସୁବର୍ଣ୍ଣପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଗାଳ୍ପିକ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂପାନରେ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର୍ ଅଖିଳ ବିଶ୍ୱାଳ ମୁଖ୍ୟ ଆଲୋଚକ ଏବଂ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ସହ ଆଲୋଚକ ଭାବରେ ଯୋଗ ଦେଇ କହିଥିଲେ, ଓଡ଼ିଆ ଗଳ୍ପରେ ମନୋଜ ଦାସ ଏକ ବୈପ୍ଳବିକ ଚେତନା ।

ସଭା ସଂଯୋଜନା କରିଥିଲେ ସୁବର୍ଣ୍ଣପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡକ୍ଟର ଈତିଶ୍ରୀ ଦାସ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ମୀନକେତନ କୁମ୍ଭାର । ଓଡ଼ିଆ ବିଭାଗର ଛାତ୍ର ଘନଶ୍ୟାମ ମାଝି, ଶ୍ରୀ କରୁଣା ଭୋଇ, ଗୁପ୍ତେଶ୍ୱର ଓ ସୁଶ୍ରୀ ଅମ୍ରିତା ନନ୍ଦ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାରେ ଅଧ୍ୟାପିକା ନୀଳିମା ପଧାନ, ଅଧ୍ୟାପିକା ରାଜଲତା ଅଲିଭା, ପ୍ରାଧ୍ୟାପିକା ଡକ୍ଟର କଳ୍ପନା ମିଶ୍ର, ଡକ୍ଟର ରାଜେନ୍ଦ୍ର ରଣା, ଅଧ୍ୟାପକ ନିରଂଜନ ଡାଂଗ ଆଦି ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ ।