ନାରାୟଣପୁର ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

0
118
ନାରାୟଣପୁର ବିଦ୍ୟାଳୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପନ ହୋଇଯାଇଛି ।

ଏଥିରେ ନାରାୟଣପୁର ବିଦ୍ୟାଳୟ ର ଅଧ୍ୟକ୍ଷ ରାଉତ କୋୖଶଲ୍ୟା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠିଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ ଯୋଗଦେଇ କ୍ରୀଡ଼ା ଦ୍ୱାରା ଶାରୀରିକ, ମାନସିକ ବୃଦ୍ଧି ହେବା ସାଙ୍ଗକୁ ପାଠ ପଢା ରେ ମନ ଲାଗିବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।

ସମ୍ମାନୀୟ ଅତିଥି ଭାବେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସ୍ଥାନୀୟ ସରପଞ୍ଚ ସୀତା ରାମ କାଡ୍ରାକା, ନୂତନ କ୍ରୀଡ଼ା ଶିକ୍ଷକ ସ୍ଵାଧୀନ କୁମାର ଦାସ ମଞ୍ଚାସିନ ରହିଥିଲେ । ବିଦ୍ୟାଳୟ ର ୨୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୩୬ଟି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତିତ୍ୱ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ । ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯାଇ ଥିଲା । ଏହାକୁ ଶିବରାମ କିଷାନ ସଭାସାଙ୍ଗ କରିଥିବା ବେଳେ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ ।