ଦୁଇ ବସ୍ ମଧ୍ୟରେ ଧକ୍କା, ୩ ମୃତ, ୨୦ ଆହତ

0
116
ଦୁଇ ବସ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୧୮/୧୨) : ଭୟଙ୍କର ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ବସ୍ । ଘଟଣାସ୍ଥଳରେ ଆଖିବୁଜିଲେ ୩ ଜଣ ଯାତ୍ରୀ ।

ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ଗ୍ରେଟର ନଏଡା ଏକ୍ସପ୍ରେସୱେ ଠାରେ । ପୁଲିସ ସୂଚନା ମୁତାବକ, ନଏଡା ଏକ୍ସପ୍ରେସୱେର ନଲେଜ ପାର୍କ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୁଲିସ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି । ଦୁଇ ବସ୍ ଭିତରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ନିକଟରେ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ଲୁଧିଆନାରୁ ରାଏବରେଲି ଯାଉଥିବା ଏକ ବସ୍ ଓ ଡିସିଏମ୍ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ବସ୍‌ରେ ୪୦ରୁ ୫୦ ଯାତ୍ରୀ ଉପସ୍ଥିତ ଥିଲେ ।