ଘର ଭିତରୁ ୫ ଫୁଟ ଲମ୍ବ ର ଗୋଖର ନାଗସାପ ଉଦ୍ଧାର : ଉଦ୍ଧାର ପରେ ଜଙ୍ଗଲରେ ଛଡ଼ାଗଲା

0
299

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୭/୦୮) : ଆଜି ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ର ସାଇ ମନ୍ଦିର ନିକଟରେ ଥିବା ଏକ ଘର ଭିତରୁ ୫ ଫୁଟ ଲମ୍ବ ର ଏକ ଗୋଖର ନାଗସାପ ଉଦ୍ଧାର ହୋଇ ଥିବାର ଜଣାପଡିଛି |

ସୂଚନା ମୁତାବକ ହରଭଙ୍ଗା ଗ୍ରାମ ର ସାଇ ମନ୍ଦିର ନିକଟରେ ଥିବା ଭୋଳାନାଥ ଚକ୍ରବର୍ତ୍ତୀ ଙ୍କ ଘର ଭିତରୁ ୫ ଫୁଟ ଲମ୍ବ ର ଗୋଖର ନାଗସାପ ଥିବାର ଶୁଣି ଗାଁ ଲୋକ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ | ସାପ କୁ ଧରିବା ପାଇଁ ପୁରୁଣାକଟକ ପଂଚାୟତ ରୁଗୁଡ଼ି ପାଲି ଗ୍ରାମ ର ଶ୍ରୀଧର ବାରିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ | ଶ୍ରୀ ବାରିକ ଆସି ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ସାପ କୁ ନିଜ ଆୟତ କୁ ଆଣି ଘରଭିତରୁ ଉଦ୍ଧାର କରିଥିଲେ | ଶେଷରେ ହରଭଙ୍ଗା ଶଗଡ଼ିଆ ନାଳ ପାଖ ଜଙ୍ଗଲରେ ସାପ ଟିକୁ ଛାଡି ଦେଇଥିଲେ |