ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ଵତଂନ୍ତ୍ର ଶିବିର ଉଦଘାଟିତ

0
94
ଜାତୀୟ ସେବା

ରିପୋର୍ଟର : ନରତ୍ତମ ପାଢ଼ୀ
ରାୟଗଡ଼ା, (୨୩ /୧୨) : ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଚାନ୍ଚାରାଗୁଡା ଠାରେ ଉଦଘାଟିତ ହୋଇଯାଇଛି ।

ବିଷମକଟକ ଥାନା ଆଇଆଇସି ଶ୍ରୀମତୀ ସୁନତି ମହାନ୍ତି ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଆସି ଶିବିର ଉଦଘାଟନ କରିଥିଲେ । ସେ ଶିବିରରେ ଥିବା ୧୦୦ ଜଣ ସିବିରାର୍ଥୀ ଙ୍କୁ ସ୍ଵେଚ୍ଛାସେବୀ ମନୋଭାବ ନେଇ କାର୍ଯ୍ୟ କରିବାକୁ କହିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ କେପଟେନ ବି ରବିଶଙ୍କର ଜାତୀୟ ସେବା ଯୋଜନା ମାଧ୍ୟମରେ କିପରି ସମାଜକୁ ସଚେତନ କରାଯାଇପାରିବ ବର୍ଣ୍ଣନା କରିଥିଲେ। ଜାତୀୟ ସେବା ଯୋଜନାର ପୂର୍ବତନ ଅଧିକାରୀ ଶ୍ରୀମତୀ ଦିପ୍ତୀରାଣୀ ମିଶ୍ର ଓ ଶ୍ରୀଯୁକ୍ତ ନିରଞ୍ଜନ ପାଢ଼ୀ ଏହି ଅବସରରେ ସ୍ଵେଚ୍ଛାସେବୀ ମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନାର ୟୁନିଟ ୨ ର ସଂଯୋଜିକା ସୁଶ୍ରୀ ସସ୍ମିତା ମହାନ୍ତି ପରିଚାଳନା କରିଥିଲେ । ଏହି ଶିବିର ୨୩.୧୨.୨୨ ରୁ ୨୯.୧୨.୨୨ ପର୍ଯ୍ୟନ୍ତ । ଚରାଗୁଡା ଠାରେ ୟୁନିଟ ୧ ଏବଂ ୟୁନିଟ ୨ ର ନୂଆଗଡ଼ ଠାରେ ଆୟୋଜିତ ହେବ ବୋଲି ସୁଶ୍ରୀ ମହାନ୍ତି ଜଣାଇଥିଲେ ଏବଂ ଏହି ସମୟରେ ସିବିରାର୍ଥୀ ମାନେ କୋଭିଡ ସଚେତନତା, ବାଲ୍ୟବିବାହ, ପରିବେଶର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା, ପ୍ରଭୁତି ବିଷୟରେ ଗ୍ରାମରେ ଗ୍ରାମବାସୀ ଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ । ପରିଶେଷରେ ୟୁନିଟ ୧ ର ସଂଯୋଜକ ଶ୍ରୀ ସୁଧୀସାଗର ପରିଛା ଏହି କାର୍ଯ୍ୟକ୍ରମ ରେ ଯୋଗଦେଥିବା ମୁଖ୍ୟ ଅତିଥି, ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏବଂ ଉପସ୍ଥିତ ଗ୍ରାମବାସୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।