ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ସେନଫେଷ୍ଟ ଉଦଘାଟିତ

0
106
ସେଞ୍ଚୁରିଅନ ବିଶ୍ୱ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୧୨) : ରାୟଗଡ଼ା ସହର ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ ଅନୁଷ୍ଠିତ ।

ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ସେନଫେଷ୍ଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟବକ୍ତା ଭୁବନେଶ୍ୱର ସ୍ଥିତ ସିବିଏସଇ ଆଞ୍ଚଳିକ ମୁଖ୍ୟ ଡଃ ଅଖିଲେଶ କୁମାର, ସମ୍ମାନୀତ ଅତିଥୀ ଭାବେ ୱାଲ୍ଟିଅର ଡିଭିଜନ ବରିଷ୍ଟ ଡିସିଏମ ପ୍ରିତି ରାଣା, ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ, ଅଧ୍ୟକ୍ଷ ରାଧାକ୍ରୀଷ୍ଣା ମହାପାତ୍ର ଓ ଉମାରେଣୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କରେ ଶିକ୍ଷା ।

ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣର ସ୍ଥାନ । ଶିକ୍ଷା ଓ ତାଲିମ ହାସଲ କରିବା ଜୀବନର ମୂଳ ଲକ୍ଷ୍ୟ ନହୋଇ ବ୍ୟକ୍ତିତ୍ଵ ଗଠନରେ ଛାତ୍ରଛାତ୍ରୀ ମନନିବେଶ କରିବା ଆବଶ୍ୟକ ରହିଛି । କିନ୍ତୁ, ବ୍ୟକ୍ତିତ୍ୱ ଉନ୍ନତି ପାଇଁ ଅଭିଭାବକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ସମାଜ ଗଠନ ହେଲେ ଦେଶର ଭବିଷ୍ୟତ ସୁଦୃଢ଼ ହେବ ।

ସେଞ୍ଚୁରିଅନ ୨୦୧୦ ମସିହାରେ ରାୟଗଡ଼ାରେ ସ୍ଥାପିତ ହୋଇଥିଲା । ଏହାପରେ ଶିକ୍ଷାନଷ୍ଠାନ କେଉଁଭଳି ୩୦ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଗତ ୧୨ବର୍ଷ ମଧ୍ୟରେ ସଫଳତାରେ ଶିର୍ଷରେ ପହଞ୍ଚି ପାରିଛି ତାହା ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ରାଜେଶ ପାଢୀ ସଭାରେ ପ୍ରକାଶ କରିଥିଲେ । ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନୀତ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ୫ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏହା ଉପଭୋଗ କରିଛନ୍ତି ।