୩୪ତମ ଅରିଗାଁ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ 

0
163
୩୪ତମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୪/୧୨) : ବିନିକା ବ୍ଲକ ଅରିଗାଁ ଖେଳ ପଡିଆ ଠାରେ ୩୪ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି ।WhatsApp Image 2022 12 24 at 22.13.00 ୩୪ତମ ଅରିଗାଁ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ 

୩୪ତମ ଅରିଗାଁ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ବିନିକା ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର, ବାଙ୍କୀଘିର୍ଡି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମାନସ ବେହେରା, ସିନ୍ଦୁରପୁର ପେକ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସୋମନାଥ ମିଶ୍ର, ଦ୍ୱାରିକାନାଥ ସାହୁ, ଲଳିତ ମୋହନ ମିଶ୍ର, ସୁଘୋଷ ମିଶ୍ର, ପଞ୍ଚାନନ ମିଶ୍ର, କିଶୋର ମିଶ୍ର, ଚତୁର୍ଭୁଜ କର୍ମୀ, ରାଧାମୋହନ ବାବୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଦିଲ୍ଲୀପ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ।

ଏଥିରେ ୧୬ ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି କ୍ରିକେଟ ତୁଣ୍ଟ।ମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ରହିଲା – ତୁରୁମ ଓ ଗୁଳୁଣ୍ଡା – ଝିଙ୍କି ମଧ୍ୟରେ ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରହିଲା ଓ ଗୁଳୁଣ୍ଡା ଦଳ ର ବିଜୟ ହୋଇଛି । ଏହି କ୍ରିକେଟ କମିଟି ସଭାପତି ମଧୁ ମହାକୁର ସମେତ ରାଜିବ ଲୋଚନ ଆଚାର୍ଯ୍ୟ , ଆଲୋକ ଗଡୁଆ, ଅମିତ ଭୋଇ, ଗଣେଶ ଖେତୀ, ମହେଶ୍ୱର ମହାକୁର, ଆଜାଦ ପୁଟେଲ, ବୁଲୁ ଭୋଇ, ଅରବିନ୍ଦ କର୍ମୀ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।