୧୮ ତମ ବଡଦେଓ ଲୋକ ମହୋତ୍ସବ ଉଦଘାଟିତ

0
105
୧୮ ତମ

ରିପୋର୍ଟ : ଧ୍ରୁବରଜ ମିଶ୍ର
ବୀରମହାରାଜପୁର, (୨୫/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତ ର କୁଞ୍ଜାପାଲି ଷଡ଼ବଂଶୀୟ ପୂଜାପୀଠ ଠାରେ ୧୮ ତମ ବଡଦେଓ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି ।WhatsApp Image 2022 12 26 at 10.00.42 ୧୮ ତମ ବଡଦେଓ ଲୋକ ମହୋତ୍ସବ ଉଦଘାଟିତ

୧୮ ତମ ବଡଦେଓ ଲୋକ ମହୋତ୍ସବ ଉଦ୍ଘାଟନି ଉତ୍ସବ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ୍ ରଥ, ଗୋଣ୍ଡ ସମାଜ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁନିଲ କୁମାର ଭୋଇ, ବଡଦେଓ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଚ୍ୟୁତ ପଧାନ, ସମ୍ପାଦକ ଦଶରଥ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । ଏହି ଅବସରରେ ସ୍ଥାନୀୟ ମହିଳା ମାନଙ୍କ ଦ୍ୱାରା ଖୁଣ୍ଟଲାଦର୍ହ ରୁ ପୂର୍ଣ୍ଣ କଳସ ବୁଡାଇ ଗ୍ରାମ ପରିକ୍ରମା ସହ ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଥିଲା ।WhatsApp Image 2022 12 26 at 10.00.41 ୧୮ ତମ ବଡଦେଓ ଲୋକ ମହୋତ୍ସବ ଉଦଘାଟିତ

ଉକ୍ତ ମଣ୍ଡପ ରେ ଗୋଣ୍ଡ ସମାଜ ର ରାଜ୍ୟ ମହିଳା ସଂଘ ମହା ସଚିବ ସନ୍ତୋସିନୀ କଅଁର ଯୋଗଦେଇ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ଧରୁଆ, ଅମର ସିଂ ଭୋଇ, ସୁବାଷ ଧରୁଆ, କ୍ଷିରାଦ୍ରି ଭୋଇ, ବନମାଳୀ ଭୋଇ, ମିନକେତନ ଭୋଇ, ତ୍ରିନାଥ ଭୋଇ, ଉଗ୍ରେସନ ଭୋଇ, ଗୌରି କୁମୁରା, ପଙ୍କଜ ଧରୁଆ, ରିନା ପୁଟା ଓ ମଞ୍ଜୁଲତା ନାଏକ ଙ୍କ ସହ ଅଞ୍ଚଳର ଗୋଣ୍ଡ ସମାଜ ର ଅନେକ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ସଂନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।