ରାୟଗଡ଼ା ଭାରତୀୟ ଜନତା ପାର୍ଟିର ମହା ମିଶ୍ରଣ ପର୍ବ

0
164
ରାୟଗଡ଼ା ଭାରତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୧୨) : ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଉପସଭାପତି ଶ୍ରୀ ଗୋପୀ ଆନନ୍ଦ ମୁତ୍ତାଙ୍କ ନେତୃତ୍ୱରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ।WhatsApp Image 2022 12 25 at 19.33.32 1 ରାୟଗଡ଼ା ଭାରତୀୟ ଜନତା ପାର୍ଟିର ମହା ମିଶ୍ରଣ ପର୍ବ

ଜିଲ୍ଲା ଉପସଭାପତି ଶ୍ରୀ ଗୋପୀ ଆନନ୍ଦ ମୁତ୍ତାଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପେଣ୍ଟା ପଞ୍ଚାୟତ ଜିଞ୍ଜିଲିବାଡି ଗ୍ରାମରେ ସ୍ମୃତିର ଆଇନା ରେ ବିଶାଳ ହୃଦୟର ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଉପସଭାପତି ଗୋପି ଆନନ୍ଦ ମୁତ୍ତାଙ୍କ ପ୍ରୟାସରେ ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ରାୟଗଡ଼ା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା ଯୋଗ ଦେଇଥିଲେ ।WhatsApp Image 2022 12 25 at 19.33.31 ରାୟଗଡ଼ା ଭାରତୀୟ ଜନତା ପାର୍ଟିର ମହା ମିଶ୍ରଣ ପର୍ବ

ରାୟଗଡ଼ା ଜିଲ୍ଲାର ଲଢୁଆ ଶ୍ରମିକ ନେତା ଶ୍ରୀ ୟେଦୁ ଗଣେଶ ରାଓ ଙ୍କ ନେତୃତ୍ବରେ ପ୍ରାୟ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ମାନେ ଆଜି ବିଜେପିରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ତରୁଣ ଗରଡିଆ, ରାୟଗଡ଼ା ‘ଗ’ ଜୋନ୍ ର ମଣ୍ଡଳ ସଭାପତି ଶ୍ରୀ ପି. ଭାସ୍କର ରାଓ, ଉମେଶ ଖୋସଲା, ନବୀନ ବିଡିକା, ଆଇନଜିବୀ ଶୁଭ୍ର ପତ୍ରୀ, ୱାଇ ନିର୍ମାଳା, ମାଦା ରାଓ ଶାରକା ଏବଂ ଜିଲ୍ଲା ର ନେତୃବୃନ୍ଦ ସହ ଅନ୍ୟ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ ।