ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

0
115
ହାତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୧୨) : ଓଡ଼ିଶା ପିସିସି ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ରେ ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ କରିବା ନେଇ ନିଷ୍ପତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ନଗର କଂଗ୍ରେସ ତରଫରୁ ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୨୬ ତାରିଖ ରୁ ଆରମ୍ଭ କରାଯିବା ନେଇ ଆଜି ବିନିକା ରେ ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପର୍ଯ୍ୟବ୍ୟକ୍ଷକ ଭାବେ ସଂଖ୍ୟାଲଘୁ ର ଜିଲ୍ଲା ଅଧ୍ୟକ୍ଷ ମହମ୍ମଦ ଇବ୍ରାମ ଯୋଗଦେଇ ସବୁ ପଞ୍ଚାୟତ ପ୍ରତେକ ଗ୍ରାମକୁ ରାହୁଲଗାନ୍ଧୀ ଙ୍କ ଭରତ ଯୋଡୋ କାର୍ଯ୍ୟକ୍ରମ ଓ ତାଙ୍କ ଆଭିମୁଖ୍ୟ କୁ ସିଧା ସଳଖ ଲୋକ ମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।

ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଯୁବ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା କୁ ନେଇ ଗାଁ’ଗାଁ ରେ ସଚେତନ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା, ସ୍ଵପ୍ନେଶ୍ଵର ପୃଷ୍ଟି, ସଂଗ୍ରାମ କେଶରୀ ନାୟକ, ସୁଧାଂଶୁ ପଣ୍ଡା, ଉମାକାନ୍ତ ଦୀପ, ଗୋବିନ୍ଦା ଝାଙ୍କର, ଅନିଲ ନାଏକ, ବିଜୟ ଭୋଇ ସୁମନ୍ତ ସାହୁ, ନରେନ୍ଦ୍ର ସାହୁ ଟିକୁ ହୋତା ପ୍ରମୁଖ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ ।