ପାତାଳୀ ଶ୍ରୀକ୍ଷେତ୍ର ରେ ସଫେଇ କାର୍ଯ୍ୟକ୍ରମ

0
295
ପାତାଳୀ ଶ୍ରୀକ୍ଷେତ୍ର

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ୨୦୦୭ ମାଟ୍ରିକ ବ୍ୟାଚ ର ପୂର୍ବତ୍ତନ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବନ୍ଧୁମିଳନ ସହ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପାତାଳି ଶ୍ରୀକ୍ଷେତ୍ର କୁ ପଲିଥିନ ମୁକ୍ତ ତଥା ସ୍ୱଚ୍ଛ ପରିବେଶ ପାଇଁ ବ୍ୟାନର ଧରି ବିଭିନ୍ନ ନାରାବାଜି ସହ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇ ପ୍ଲାଷ୍ଟିକ ଓ ପଲିଥିନ ର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଥିଲେ । ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏଣେତେଣେ ପଡି ଥିବା ପ୍ଲାଷ୍ଟିକ ଓ ପଲିଥିନ ଗୁଡିକ ସଂଗ୍ରହ କରି ସଫା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ରୀ ତଥା ବୌଦ୍ଧ ଜିଲ୍ଲା ଶୁଣ୍ଢୀପଦର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଜାତା ଭୋଇ ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆ, ବିଦ୍ୟାଧର ସେଠି, ସଙ୍ଗୀତଜ୍ଞ ବିକାଶରଞ୍ଜନ ପାଢ଼ୀ, ଜୟନ୍ତ ମେଣ୍ଡିଲି, ଫଟୋଗ୍ରାଫର୍ କମଲଲୋଚନ ହୋତା, ଶରତ ସାହୁ, ବିଶେଶ୍ୱର ବାଘ,ଜାଜ୍ଞସିନି ପାଢ଼ୀ, ଅନିତା ପୁରୋହିତ, ସରସ୍ୱତୀ ସାହୁ, ଯୋଶବନ୍ତି ମେଣ୍ଡିଲି, ରଶ୍ମିତା ବାରିକ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।