ତିଲେଶ୍ୱର କପ ୨୦୨୨ ର ଉଦଯାପନୀ ଦିବସ

0
143
ତିଲେଶ୍ୱର କପ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୮/୧୨) : ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସେସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ ତିଲେଶ୍ୱର କପ ର ଆଜି ଅନ୍ତିମ ଦିବସ ବା ଫାଇନାଲ ଖେଳ ।

ତିଲେଶ୍ୱର କପ ର ଅନ୍ତିମ ଦିବସରେ ବି ଏସ ଏସ ଫୁଟବଲ କ୍ଳବ ଭଦ୍ରକ ବନାମ ଜାଗା ୟୁନାଇଟେଡ଼ ଫୁଟବଲ କ୍ଳବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ଓ ଉଭୟ ଦଳ ୧/୧ ଗୋଲରେ ଅପରାଜିତ ହୋଇଥିଲେ । ଷ୍ଟାଇକର ରେ ଜାଗା ୟୁନାଇଟେଡ଼ ଭୁବନେଶ୍ୱର ୪/୩ ଗୋଲ ରେ ବିଜୟୀ ଲାଭ ହୋଇଥିଲା ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ଶ୍ରୀ ସାଇକୃପା ଚାରିଟେବୁଲ ଟ୍ରଷ୍ଟ ଶିଶୁପାଳ ଗଡ଼ ଭୁବନେଶ୍ୱର ର ଚେୟାର ମ୍ୟାନ -ସଦାଶିବ ଦାସ, ସାଇ କୃପା ଚାରିଟେବୁଲ ଟ୍ରଷ୍ଟ ର ସମାଜ ସେବି -ବୈକୁଣ୍ଠ ପଟ୍ଟନାୟକ, ସମାଜ ସେବିକା ସୌଦାମିନୀ ରାଉତ ଉପସ୍ଥିତ ରହିଥିଲେ ।

ପରିଚାଳନା କମିଟିର ସଭାପତି ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ ଉପ ସଭାପତି -ଦେବରାଜ ପ୍ରଧାନ, ରସାନନ୍ଦ ଭୋକ୍ତା, ସୁଜ୍ଞାନ କର୍ଣ୍ଣ, ନିକୁଞ୍ଜ କୁମାର ବେହେରା ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ବିଜେତା ଓ ପରାଜିତ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।