ପଏଁରୀ ତିହାର ଉଦଘାଟିତ

0
123
ପଏଁରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୧) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ବାର୍ଷିକ ଉତ୍ସବ ଅବସରରେ ପଏଁରୀ ତିହାର ୨୦୨୩ ଉଦଘାଟିତ ହୋଇଯାଇଛି ।

ପଏଁରୀ ତିହାର ଉଦଘାଟିତ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ଗତକାଲି ଏହି ଉତ୍ସବ କୁ ଦଣ୍ଡ ରତ୍ନ ମହର୍ଷି ବିପିନ ଜାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ରୁ ୫୦୦ ରୁ ଉର୍ଦ୍ଧ୍ୱ କଳାକାର ଙ୍କୁ ନେଇ ଲୋକ ଗୀତ ଲୋକ ନୃତ୍ୟ ସହିତ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ପ୍ରଥମ ସାଂସ୍କୃତିକ ସଂଧ୍ୟା ଅବସରରେ ଅନୁଷ୍ଠିତ ସଭାରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ନୀଳାମ୍ବର ଶତପଥି, ଯୋଗ ଦେଇ ଆଜି ମଞ୍ଚ ରେ ନୃତ୍ୟ ଗୀତ ପରିବେଷଣ କରିଥିବା କୋରାପୁଟ, ହରିଆନା, ସୀଙ୍ଗେନପାଲି, ପଞ୍ଜାବ ଓ ପଶ୍ଚିମ ବଙ୍ଗ କଳାକାର ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ବରିଷ୍ଠ ଦଣ୍ଡ କଳାକାର ଭକ୍ତ ସେଠୀଙ୍କୁ ପଏଁରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଆଜି ନବ ବର୍ଷ ପାଳନ ସହ ନାଚ ଗୀତକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।