‘ଦିଲଖୁସ୍‌’ ବସ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

0
130
ଦିଲଖୁସ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭବାନୀପାଟଣା, (୦୩/୦୧) : ଗତକାଲି ବିଳମ୍ବିତ ରାତିରେ ‘ଦିଲଖୁସ୍‌’ ନାମକ ଘରୋଇ ବସ୍‌ ଓ କାର୍‌ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କାର୍‌ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି । ବସ୍‌ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି । ‘ଦିଲଖୁସ୍‌’ ନାମକ ଘରୋଇ ବସ୍‌ ଗତକାଲି ଭୁବନେଶ୍ୱରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲା । ବସ୍‌ଟି ରାତିରେ କେସିଙ୍ଗା ଥାନା ଚାଂଚେର ନିକଟରେ ଅତିକ୍ରମ କରୁଥିବା ବେଳେ ବିପରୀତି ଦିଗରୁ ଆସୁଥିବା ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଭବାନୀପାଟଣା ର ଅନ୍ୟ ଜଣେ ଯାଜପୁରର ବୋଲି ଜଣା ପଡିଛି । ଏହି ଦୁର୍ଘଟଣାରେ ୨ ମହିଳା ଗୁରୁତର ଆହତ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବସ୍‌ ଓ କାର୍‌ର ସମ୍ମୁଖ ଭାଙ୍ଗି ଚୁରମାର ହୋଇ ଯାଇଛି । ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି ।