ସିରଜ ଦୁର୍ଘଟଣା : ବାଇକ୍‌ ଆରୋହୀ ମୃତ, ୨ ଛାତ୍ରୀ ଗୁରୁତର

0
88
ସିରଜ ଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଇରଙ୍ଗପୁର, (୦୫/୦୧) : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଆଜି ସକାଳେ ସିରଜ ଦୁର୍ଘଟଣା ଘଟିଛି ।

ସିରଜ ଦୁର୍ଘଟଣା । ଏକ କାର୍‌ ଦ୍ରୁତଗତିରେ ଆସି ବାଇକ୍‌ ଧକ୍କାକୁ ଦେଇଥିଲେ । ତା’ ପରେ ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ଦୁଇ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ରାସ୍ତା କଡ଼ର ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଥିବା ବେଳେ ୨କଲେଜ ଛାତ୍ରୀ ଆହତ ହୋଇଥିଲା । ମୃତ ବାଇକ୍‌ ଆରୋହୀ ଜଣଙ୍କ ହେଲେ ତାପସ ମଶ୍ର । ତାଙ୍କ ଘର ଝାଡଗାଁରେ ବୋଲି ଜଣାଯାଇଛି । ଆହତ ଦୁଇ କଲେଜ ଛାତ୍ରୀ ନାକୀ ହେମ୍ବ୍ରମ ଓ ଫୁଲ ସରେନଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବହଲଦା ଥାନା ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।