ମଙ୍ଗଳବାର ଗିରଫ ହୋଇଥିଲେ, ବୁଧବାର ଥାନା ହାଜତରେ ଝୁଲିପଡ଼ିଲେ ଯୁବକ

0
93
ମଙ୍ଗଳବାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୫/୦୧) : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ମଙ୍ଗଳବାର ଗିରଫ ହୋଇଥିଲେ, ବୁଧବାର ଥାନା ହାଜତରେ ଝୁଲିପଡ଼ିଲେ ଯୁବକ ।

ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ସିଂଧୁପୁର ଅଞ୍ଚଳର ଇଶ୍ଵର ସେଠୀ (୨୪) ବର୍ଷ । ମଙ୍ଗଳବାର ଗିରଫ ହୋଇଥିଲେ, ବୁଧବାର ଥାନା ହାଜତରେ ଝୁଲିପଡ଼ିଲେ ଇଶ୍ଵର । ଗତକାଲି ଇଶ୍ୱରଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଇଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ଇଶ୍ୱରଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେହି ଯୁବତୀଙ୍କ ଅଶ୍ଳୀଳ ଫଟୋ ସେ ଭାଇରାଲ କରିଦେବ ବୋଲି ବ୍ଲାକମେଲିଂ କରୁଥିଲା । ଏ ନେଇ ଯୁବତୀଙ୍କ ପରିବାର ଲୋକେ ବଣଚଣା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମଙ୍ଗଳବାର ଇଶ୍ୱରଙ୍କୁ ଗିରଫ କରି ଥାନାରେ ହାଜତରେ ରଖିଥିଲେ । ଗତକାଲି ତାଙ୍କୁ ଝୁଲନ୍ତା ଅବସ୍ଥାରେ ହାଜତରୁ ଉଦ୍ଧାର କରାଯାଇଥିଲା ।