ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣା; ୩ ଛାତ୍ରଙ୍କୁ ବାନ୍ଧିଲା ପୁଲିସ

0
296
ବିଜେବି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୧) : ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର । ତେବେ ଏହି ଘଟଣାରେ ଅଟକ ଥିବା ଜଣେ ନାବାଳକକୁ ସୁଧାର ଗୃହକୁ ପଠାଇଛି ପୁଲିସ । ଗତକାଲି ବିଜେବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ମାଡ଼ ମାରିଥିଲେ । କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବାର ଭିଡିଓ ଭାଇରାଲ ହୋଇଥିଲା । ଭିଡ଼ିଓରେ କିଛି ଛାତ୍ର ୟୁନିଫର୍ମରେ ଥିବାବେଳେ କିଛି ବିନା ୟୁନି‍ଫର୍ମରେ ଥିଲେ । ଏହି ମାମଲାରେ ଯୁକ୍ତ ୨ କଳା ବିଭାଗର ଦ୍ୱିତୀୟ ବର୍ଷର ୪ ଛାତ୍ରଙ୍କୁ ବଡ଼ଗଡ଼ ଥାନାରେ ପୁଲିସ ଅଟକ ରଖିଥିଲା । ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିଲା ବେଳେ ଆଉ ଜଣେ ଛାତ୍ରଙ୍କୁ ସୁଧାର ଗୃହକୁ ପଠାଯାଇଛି । ଏ ନେଇ କଲେଜ ଅଧ୍ୟକ୍ଷ କହିଥିଲେ, ପିଲାମାନଙ୍କୁ ବୁଝାଯାଇଛି । ଆଗକୁ ଏଭଳି ଘଟଣା ଯେଭଳି ନଘଟିବ, ସେନେଇ ସେମାନଙ୍କ ଠାରୁ ଅଣ୍ଡରଟେକିଂ ନିଆଯିବ ।