ବ୍ଲକ ସ୍ତରୀୟ ଚଇତି ଲୋକମହୋତ୍ସବ

0
217
ବ୍ଲକ ସ୍ତରୀୟ ଚଇତି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଆଜି ବ୍ଲକ ସ୍ତରୀୟ ଚଇତି ଲୋକମହୋତ୍ସବ ଉଦଘାଟନ ହୋଇଛି ।

ବ୍ଲକ ସ୍ତରୀୟ ଚଇତି ଲୋକମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବାରାଟମ ସୂର୍ଯ୍ୟ ପ୍ରକାଶ ରାଓ ରହିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା, ସେକ ମହମ୍ମଦ କାଶିମ, ବିଡ଼ିଓ ତାପସ କୁମାର ଭୋଇ ମଞ୍ଚାସୀନ ରହିଥିଲେ । ଆଜି ସକାଳୁ ବ୍ଲକ ପ୍ରଶାସନ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଗ୍ରାମବାସୀ, ବୁଦ୍ଧିଜୀବି, ବୋୟଜ୍ୟେଷ୍ଠ, ଛାତ୍ର ଛାତ୍ରୀ ମିଳିତରେ ୩୧ଟି କଳସ ରେ ନାଗାବଳୀ ଓ କଲ୍ୟାଣି ନଦୀ ସଙ୍ଗମ ଘାଟରୁ ଗଙ୍ଗାଙ୍କୁ ଆହ୍ୱାନ କରି କଳସରେ ଜଳ ନେଇ ଗ୍ରାମ ପରିକ୍ରମା କରିବା ପରେ ଚଇତି ମଣ୍ଡପରେ ସ୍ଥାପନ କରିଥିଲେ ।

ଅତିଥୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ପଲ୍ଲୀଶ୍ରୀ ମେଳା ଉଦଘାଟନ କରିଥିଲେ । ଏଥିରେ କରାଯାଇଥିବା ପ୍ରାଣୀ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ଉଦ୍ୟାନ କୃଷି ବିଭାଗ, ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର, ବିଦ୍ୟାଳୟ, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟଜଳ,କୃଷି ଓ କୃଷକ ବିଭାଗ,ପୃଷ୍ଟି ଶସ୍ୟ ମେଳା, ଶିଶୁ ବିକାଶ ଯୋଜନା ଓ ପଲ୍ଲୀଶ୍ରୀ ମେଳା ଭଳି ୧୪ଟି ଷ୍ଟାଲ କରାଯାଇଥିଲା । ଗାଁ ଗହଳିରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚ କରିବାହେଉଛି ଚଇତି । ଏହି ମଞ୍ଚରେ ୧୪ଟି ପଞ୍ଚାୟତରୁ ଆସିଥିବା ସାଂସ୍କୃତିକ ଦଳର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଢେମସା ଓ ଡ଼ଙ୍ଗରିଆ ନୃତ୍ୟ ନାଚରେ ଝୁମିଳେ ଦର୍ଶକ । ମାଆ ମାଝୀଘରିଆଣି ଇଣ୍ଟରମେଣ୍ଟ ଦ୍ୱାରା “ବୁଲିଆସ ଆମ କଲ୍ୟାଣସିଂହପୁର” କେସେଟ କୁ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

ଏହାକୁ ଜିଲା ସାଂସ୍କୃତିକ ସଂଘର ଉପସଭାପତି ସନ୍ତୋଷ କୁମାର ବଚ୍ଚା ଗାନ କରିଥିଲେ । ଏଥିରେ ସମସ୍ତ ନୃତ୍ୟ ଓ କ୍ରୀଡା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲା ସ୍ତର ଚିଇତିରେ ଭାଗ ନେବେ ବୋଲି ବିଡ଼ିଓ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ତାପସ କୁମାର ଭୋଇ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ପାରଶାଲି ର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ଜିପିଓ ମାନସ ରଞ୍ଜନ ପ୍ରଧାନ, ଡାବ୍ଲୁୟ ଚନ୍ଦନ ଦାସ ବାଙ୍ଗାରି,, ବିପିଏମ କଳ୍ପତରୁ ବେହେରା ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।