ବିଜେଡି ବିଧାୟକ ଙ୍କ ପୁତୁରାଙ୍କ ଘରେ ପଶିଲା ଭିଜିଲାନ୍ସ

0
101
ବିଜେଡି ବିଧାୟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ/କାମାକ୍ଷାନଗର, (୦୭/ ୦୧) : ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରାଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ପରଜଙ୍ଗ ର ବିଜେଡି ବିଧାୟକ ଙ୍କ ପୁତୁରା ବିଜୟ ନନ୍ଦ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଜୟ RWSS ର ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ବିଜୟଙ୍କ ଡିହଡୋଳ ସ୍ଥିତ ବାସଭବନ, ଭୁବନେଶ୍ୱର, ଢେଙ୍କାନାଳ ଓ ଅନୁଗୁଳ ରେ ଥିବା ଘର ସମେତ ୮ ଟି ସ୍ଥାନ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଘଟଣା ର ତଦନ୍ତ କରି ବିଜୟଙ୍କ ଘରେ ଆଜି ଚଢ଼ାଉ କରିଛି । ଚଢ଼ାଉ ଚାଲିଥିବାରୁ ସମ୍ପତି ର ଆକଳନ କରାଯାଇ ନାହିଁ ।