ରାଜଧାନୀରେ ମାତିଥିଲା ଇରାନୀ ଗ୍ୟାଙ୍ଗ : ରାୟପୁରରେ ଧରାପଡ଼ିଲା

0
98
ରାଜଧାନୀରେ ମାତିଥିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୧) : ରାଜଧାନୀରେ ମାତିଥିଲା ଇରାନୀ ଗ୍ୟାଙ୍ଗ । କେତେବେଳ ନିଜକୁ ପୁଲିସ୍‌ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ ।

ରାଜଧାନୀରେ ମାତିଥିଲା ଇରାନୀ ଗ୍ୟାଙ୍ଗ । କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ । ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍‌ କରି କମିଶନରେଟ ପୁଲିସ୍‌ ର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଗ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌ । ଏହି ଗ୍ୟାଙ୍ଗର ନାଁ ହେଉଛି ଇରାନୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରେ କମିଶନରେଟ ପୁଲିସ୍‌ ଧରିଥିବା ବେଳେ ସେମାନଙ୍କୁ ଭୁବନେଶ୍ୱରକୁ ଅଣାଯାଉଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଇରାନର ମୂଳ ବାସିନ୍ଦା । ହେଲେ କାଳକ୍ରମେ ରାୟପୁରରେ ବହୁ ସଂଖ୍ୟାରେ ଦୀର୍ଘ ଦିନ ହେଲା ରହି ଆସୁଛନ୍ତି ।

ସେମାନଙ୍କ ମଦ୍ୟରୁ କିଛି ଜଣ ଭୁବନେଶ୍ୱର ଆସି ନୂଆ ନୂଆ ତରିକାରେ ଲୁଟପାଟ କରି ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ । ଦୀର୍ଘ ଦିନର କସରତ ପରେ ପୁଲିସ୍‌ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ଇରାନୀ ଗ୍ୟାଙ୍ଗ ନାଁରେ ଭୁବନେଶ୍ୱରରେ ୨୦ରୁ ଅଧିକ ମାମଲା ରହିଛି । ସେମାନଙ୍କଠାରୁ ୫ଟି ବାଇକ, ୧୭ଟି ସୁନା ଚେନ୍ ଜବତ ହୋଇଛି। ଭୁବନେଶ୍ୱର ସମେତ ଆନ୍ଧ୍ର, ରାୟପୁରରେ ଏମାନଙ୍କ ଗ୍ୟାଙ୍ଗ ଅପରେଟ୍ ହେଉଥିଲା । ଏହି ଗ୍ୟାଙ୍ଗ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ଲୁଟ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ ହୋଇପାରିବ ।