ହାତୀ ଆକ୍ରମଣ ରେ ୩ମୃତ

0
100
ହାତୀ ଆକ୍ରମଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୋଳ, (୦୭/୦୧) : ହାତୀ ଆକ୍ରମଣ ରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ।

ହାତୀ ଆକ୍ରମଣ ରେ ୩ ମୃତ, ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ । ଆଜି ସକାଳେ ସୁବାସ, ଅନିରୋଦ୍ଧ ଓ ରମେଶ ବଗିଚାରେ କାମ କରୁଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା । ଉଭୟଙ୍କୁ ଆକ୍ରମଣ କରିଥିଲା । ଉଭୟ ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ । ଉଭୟଙ୍କୁ ଦନ୍ତା ଦଳି ଦେଇଥିଲା । ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି । ବିଭିନ୍ନ ସ୍ଥାନରେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗିବା ଦେବା ସହ ଜିନିଷ ପତ୍ର ନଷ୍ଟ କରୁଛନ୍ତି । ଏହାସହ ହାତୀ ଆକ୍ରମଣରେ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।