ଅଚାନକ ନିଆଁ ଲାଗି ଜଳିଲା ଧାନଗଦା

0
174
ଅଚାନକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୧) : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖୁଦଭଟା ଗାଁ’ରେ ଅଚାନକ ନିଆଁ ଲାଗି ୩୦ କୁଇଣ୍ଟାଲ ଧାନ ଜଳିଥିବା ଦେଖିବାକୁ ମିଳିଛି ।WhatsApp Image 2023 01 07 at 15.30.39 ଅଚାନକ ନିଆଁ ଲାଗି ଜଳିଲା ଧାନଗଦା

ଖୁଦଭଟା ଗାଁ’ର ଲକ୍ଷ୍ମଣ କର୍ଷିକା ନିଜ ଜମିରେ ଧାନ ଅମଳ କରି ଖଳାରେ ଧାନ ମଳାଇ ରଖିଥିବା ବେଳେ ତାହା ଆଜି କୌଣସି କାରଣରୁ ଅଚାନକ ନିଆଁ ଲାଗି ଅମଳ କରିଥିବା ୩୦ (ପେକେଟ) କୁଇଣ୍ଟାଲ ଧାନ ପୁଡୁଥିବା କିଛି ଲୋକ ଦେଖି ଲକ୍ଷ୍ମଣ କୁ କହିଥିଲେ । ଏହାଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ । ଅଗ୍ନି ଶମଗାଡି ଆସିବା ବେଳେ ଗାଁ’ର କିଛି ଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ଗାଡି ପହଞ୍ଚି ନିଆଁ କୁ ଆୟତ କରିଥିଲା । ନିଆଁ ଲାଗି ଧାନ ପୋଡି ଯାଇଥିବାରୁ ଚାଷୀ କିପରି ପରିବାର ଭରଣ ପୋଷଣ କରିବି ବୋଲି ଚିନ୍ତାରେ ପଡିଛି । ସରକାର ପକ୍ଷରୁ କିଛି ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଗୁହାରି କରୁଛନ୍ତି ।