ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାୟଗଡ଼ା ଜିଲ୍ଲା ଶାଖା ସଂଘ ତରଫରୁ ପ୍ରତିଷ୍ଠା ଦିବସ ପାଳିତ

0
180
ନିଖିଳ ଉତ୍କଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୭/୧) : ରାୟଗଡ଼ା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶନିବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାୟଗଡ଼ା ଜିଲ୍ଲା ଶାଖା ସଂଘ ତରଫରୁ ପ୍ରତିଷ୍ଠା ଦିବସ ପାଳିତ ଏଥିରେ ରାଜ୍ୟ ସଂଘର ଆଞ୍ଚଳିକ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର କୁଲଦୀପ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଙ୍ଘୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ରାଜ୍ୟସଂଘର ପୂର୍ବତନ ଉପ ସଭାପତି ଶ୍ରୀ ଦାଶରଥି ରାଜଗୁରୁ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଅନନ୍ତ ଚରଣ ରଥ, ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବ୍ଲକ ସଂଘ ସଭାପତି ଗୌରାଙ୍ଗ ବେବର୍ତ୍ତା ଓ ରାଜକିଶୋର ସାହୁ ଓ ପ୍ରଭାକର ମିଶ୍ର ସହ ଜିଲ୍ଲା ସଂଘର ସମ୍ପାଦକ ନୀଳାଚଳ ମିଶ୍ର, କାର୍ଯ୍ୟକାରୀ ସଭାପତି ନରେଶ ସିଂ, ଉପ ସଭାନେତ୍ରୀ ବି ସୁଜାତା, ଉପସଭାପତି ଦୀପକ ରାଉତ, କାର୍ଯ୍ୟକାରୀ ସମ୍ପାଦକ ମହେନ୍ଦ୍ର ବାଗ, ସଂଗଠନ ସମ୍ପାଦକ ସାନନ୍ଦ ବେନିଆ, କୋଷାଧ୍ୟକ୍ଷ ନୀଳାଚଳ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।

ବିଭିନ୍ନ ବ୍ଲକର ସଙ୍ଘୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ରାଜ୍ୟରେ ଶିକ୍ଷକଙ୍କୁ ବିଭିନ୍ନ ବର୍ଗରେ ଭାଗ, ଭାଗ କରି ସରକାର ତାରତମ୍ୟ ସୃଷ୍ଟି କରୁଛନ୍ତି । ସମସ୍ତ ଶିକ୍ଷକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିଛି ଏହି ସଂଘ । ଏଣୁ, ସମସ୍ତେ କର୍ତ୍ତବ୍ୟବୋଧ ହେବା ସହ ଏକଜୁଟ ହୋଇ ରହିବା ନିମନ୍ତେ ଶିକ୍ଷକଙ୍କୁ ଉଦବୋଧନ ଦେଇଥିଲେ । ଅପରାହ୍ନରେ ସଙ୍ଘୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପାଦକ ଶ୍ରୀ ନୀଳାଚଳ ମିଶ୍ର ବୈଠକ ପରିଚାଳନା କରିଥିଲେ ଓ କାର୍ଯ୍ୟକାରୀ ସଭାପତି ନରେଶ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।