ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ବ୍ୟାଡମିଂଟନ ଓ ସ୍ଳୋ ସାଇକେଲ ପ୍ରତିଯୋଗିତା

0
184
ଚଇତି କ୍ରୀଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୯/୧) : ଆସନ୍ତା ଜାନୁଆରୀ ୧୮ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାର ଲୋକ କଳା ଓ ସଂସ୍କୃତିର ସମ୍ଭାର ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୨’ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଚଇତି କ୍ରୀଡା ମହୋତ୍ସବ ଗତକାଲି ଜାନୁଆରୀ ୮ତାରିଖ ଠାରୁ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ ।WhatsApp Image 2023 01 09 at 19.28.21 1 ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ବ୍ୟାଡମିଂଟନ ଓ ସ୍ଳୋ ସାଇକେଲ ପ୍ରତିଯୋଗିତା

ଆଜି ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ରାୟଗଡ଼ା ସହର ର ଇଣ୍ଡୋର ଷ୍ଟାଡିୟମ ପରିସରରେ ସକାଳ ୯ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଳକ ଓ ବାଳିକା ବର୍ଗ ଏବଂ ଅପରାହ୍ନ ୩ଟା ସମୟରୁ ରାତ୍ର ୯ଟା ପର୍ଯ୍ୟନ୍ତ ମହିଳା ଓ ପୁରୁଷ ବର୍ଗଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବ୍ୟାଡମିଂଟନ ପ୍ରତିଯୋଗିତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ସ୍ୱଧାଦେବ ସିଂ ଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଡିଏସପି ସୁଶାନ୍ତ ତାଉଡିଆଙ୍କ ସମେତ ଚଇତି ସ୍ପର୍ଟସ୍ କମିଟି ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ବ୍ୟାଡମିଂଟନ ପ୍ରତିଯୋଗିତା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ସେହିପରି ଅପରାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବାଳିକା ବର୍ଗରେ ସ୍ଳୋ ସାଇକେଲ ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାୟଗଡ଼ା ନଗର ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପୋଲିସ ପ୍ରଶାସନ ଏବଂ କମିଟି ସଦସ୍ୟସଦସ୍ୟା ଏବଂ କ୍ରୀଡା ଶିକ୍ଷକ ମାନଙ୍କ ଉପସ୍ଥିତିରେ ଚଇତି କ୍ରୀଡା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାୟଗଡ଼ା ରେ ଏକ କ୍ରୀଡା ପରିବେଶ ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।