ଜାତୀୟ ଯୁବ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

0
102
ଜାତୀୟ ଯୁବ ଦିବସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୧) : ଜାତୀୟ ଯୁବ ଦିବସ ଅବସରରେ ସୋନପୁର ସ୍ଥିତ କୋଶଳ ଆବାସିକ ବିଦ୍ୟାଳୟ, ପଟାଭାଡି ଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ ଯୁବ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ଏହି ରକ୍ତ ଦାନ ଶିବିର ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଜାତୀୟ ଯୁବ ଦିବସ ଅବସରରେ କୋଶଳ ଆବାସିକ ବିଦ୍ୟାଳୟ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ କୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ସୁବର୍ଣ୍ଣପୁର ର ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ତରଭା ଥାନା ଭାରପ୍ରାପ୍ତ ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ, ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ପୁଟେଲ, ପ୍ରମୁଖ ଉପସ୍ଥିତ ଥିବାବେଳେ ନଅଜଣ ମହିଳା ରକ୍ତଦାତାଙ୍କ ସହ ମୋଟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ସୋନପୁର ରକ୍ତକେନ୍ଦ୍ରର ଟେକନିସିଆନ ଟିଟୁ ଭୋଇ, ଜଗତ ଦରୁଆ, ଯୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ପିତାମ୍ବର ମହାପାତ୍ର,ଯୋଗ ଗୁରୁ ମନୋଜ ପଣ୍ଡା, ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସୁକ୍ଲାମ୍ବର ପାଣିଗ୍ରାହୀ, ଲଡୁ କିଶୋର ମଲ୍ଲିକ, ଉପସ୍ଥିତ ଥିଲେ । ପରମା ନାଏକ ଅଦିଥି ପରିଚୟ କରିଥିଲେ । ସଞ୍ଜୟ କୁମାର ସାହୁ ମଞ୍ଚ ପରିଚାଳିତ କରିଥିଲେ । ସ୍ମିତାରାଣୀ ନାଏକ, ସଙ୍ଗୀତା ପଧାନ , ଓ ଅନ୍ୟ ଗୁରୁଜୀ/ଗୁରୁମା ଉପସ୍ଥିତ ରହି ସଫଳ ରୂପାୟନ କରିଥିଲେ ।