ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ 

0
183
ସତ୍ୟସାଇ ସେବା ସମିତି

  ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୩/୦୧) : ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମହା ଆଡ଼ମ୍ବରର ସହ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଛି ।WhatsApp Image 2023 01 13 at 07.31.01 ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ 

ଏହି ଅବସରରେ, ଜାତୀୟ ଯୁବ ଦିବସ ଉପଲକ୍ଷେ ରାୟଗଡ଼ା ଜିଲ୍ଲାର ସବୁ ସମିତି ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ୱାକ ଫୋର ଭ୍ୟଲ୍ୟୁ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମ କୋଲନରା ସତ୍ୟସାଇ ସେବା ସମିତି ରୁ ପ୍ରାୟ ୮୦ ରୁ ଉର୍ଦ୍ଧ ଯୁବ ଭାଇ ଓ ଭଉଣୀ ଉପସ୍ଥିତ ରହି ବିଶାଳ ଶୋଭାଯାତ୍ରା ରେ ବାହାରି କୋଲନରା ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ଠାରୁ ବାହାରି ବ୍ଲକ ଅଫିସ ଠାରେ ପହଞ୍ଚିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଜିପିଇଓ ଆର.ସି. ଯୋଶୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତକରି ତାଙ୍କ ଉପସ୍ଥିତରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 01 13 at 07.31.00 ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ 

ଶ୍ରୀ ସତ୍ୟସାଇ ସେବା ସମିତିର ଜିଲ୍ଲା ସଭାପତି ରାବନା ମୂର୍ତ୍ତି ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ଶ୍ରୀ ସତ୍ୟସାଇସେବାସମିତି ର ଆବାହକ ବି. ଶିବପ୍ରସାଦ ଯୋଗଦାନ କରି ଆଗାମୀ ପିଡ଼ିଙ୍କ ପାଇଁ ଜାତୀୟ ଯୁବ ଦିବସ ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସି ସଫଳ କରିଥିବା ଯୁବପିଡ଼ିଙ୍କୁ ଶ୍ରୀ ସତ୍ୟସାଇ ସେବା କୋଲନରା ସମିତି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।