ଫୁଲ ଚାଷ କରି ସଫଳ ହୋଇଛନ୍ତି ମହିଳା ଚାଷୀ

0
109
ଫୁଲ ଚାଷ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୦/୦୧) : କୃଷି କ୍ଷେତ୍ର ରେ ପୁରୁଷ ଚାଷୀ ଙ୍କ ମୁଖ୍ୟ ଅବଦାନ ରହିଥାଏ । କିନ୍ତୁ ଏପରି ଏକ ଗାଁ ଅଛି ସେଠାରେ ମହିଳା ମାନେ ଚାଷ କରି ସଫଳତା ହାସଲ କରିଛନ୍ତି । ଆସନ୍ତୁ ଦେଖିବା ଫୁଲ ଚାଷ କରି ମହିଳା ମାନେ କିପରି ସ୍ବାଭିଲମ୍ବୀ ହୋଇପାରିଛନ୍ତି ।

ଲମତାପୁଟ ବ୍ଲକ ମାଳୀପେଟା ଗ୍ରାମ ୧୫୦ ଘର ବସ ବାସ କରିଥାନ୍ତି । ସେହି ଗ୍ରାମରେ ସତ ପ୍ରତିଶତ ମାଳୀ ସମ୍ପ୍ରଦାୟ ଅଛନ୍ତି । ମାଳୀ ସମ୍ପ୍ରଦାୟ ଲୋକମାନେ କେବଳ ପନିପରିବା ଚାଷ କରି ନିଜ ଭରଣ ପଷଣ କରିଥାନ୍ତି । ବ୍ଲକ ରେ ଯେଉଁ ଜାଗାରେ ମାଳୀ ମାଳୀ ସମ୍ପ୍ରଦାୟ ଲୋକ ରୁହନ୍ତି ସେଠାରେ କେବଳ ପନିପରିବା ଚାଷ ହିଁ ମୁଖ୍ୟ ରୋଜଗାର ହୋଇଥାଏ । କିନ୍ତୁ ମହଙ୍ଗା ଖତ ସାର ପାଇଁ ଚାଷୀ ପନିପରିବା ଚାଷ ରୁ ମୁହଁ ମଡୁଥିବା ଦେଖିବାକୁ ମିଳୁଛି । କାରଣ ଅମଳ ହୋଇଥିବା ପନିପରିବା ସଠିକ ମୂଲ୍ୟ ମିଳୁନଥିବାରୁ ଚାଷୀ କ୍ଷତି ସହି ଆସୁଛି । ମାଳିପେଟା ଗ୍ରାମ ର ମାଳୀ ସମ୍ପ୍ରଦାୟ ର ମହିଳା ମାନେ ଫୁଲ ଚାଷ କରି ବେସ ଲାଭ ବାନ ହୋଇଛନ୍ତି ।

ଗ୍ରାମ ଚାରିପଟେ ଯୁଆଡେ ଦେଖିବେ ଫୁଲବଗିଚା ରେ ପରିପୂର୍ଣ। ୫୦ ଏକର ରୁ ଉର୍ଦ୍ଧ୍ୱ ଚାଷ କରୁଛନ୍ତି ଏଠିକାର ମହିଳା ମାନେ । ସେବତୀ, ଡାଲିଆ, ମଣ୍ଡା ଫୁଲ, ଗେଣ୍ଡୁ ଫୁଲ, ଗୋଲା ଫୁଲ ଭଳି ବିଭନ୍ନ ଫୁଲ ଚାଷ କରିଥାନ୍ତି ଏହି ମହିଳା ମାନେ । ଶିତ ଋତୁ ଆସିବା କ୍ଷଣି ମହିଳା ମାନେ ନିଜ ଜମିବାଡି ରେ ଫୁଲ ଚାର ଲଗାଇ ବା ଆରମ୍ଭ କରିଦେଇଥାନ୍ତି । ଜମିରେ ଖତ ସାର ଆବଶ୍ୟକ ପଡିନଥାଏ । ଶିତ ର ଆରମ୍ଭ ହେବ କ୍ଷଣି ପୁଳ ଫୁଟିବା ଆରମ୍ଭ ହୋଇଯାଏ ।ଗାଁ ଚାରିପଟେ ଫୁଲର ଚାଦର ଖେଳିଯାଇଥାଏ ।ମହିଳା ମାନେ ଏହାକୁ ତୋଳି ନେଇ ଜୟପୁର ବଜାର କୁ ନେଇ ଯାଇଥାନ୍ତି ବିକ୍ରି ପାଇଁ।ସେଠାରେ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ମହିଳା ଚାଷୀ ଫୁଲ ବିକ୍ରି କରିବାପାଇଁ ସଂଘର୍ଷ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଦିନ ତେ ସମସ୍ତେ ମହିଳା ମିଶି ଫୁଲ ତୋଳି ସନ୍ଧ୍ୟାରେ ପହଞ୍ଚନ୍ତି ଜୟପୁର ସହରକୁ ହାଡଭଙ୍ଗାଶିତ ରେ ଖୋଲା ଆକାଶ ତଳେ ରୋଷେଇ କରି ଫୁଲ ଗୁନ୍ଥି ସାରିବା ପରେ ରାତିରେ ଖୋଲା ଆକାଶ ତଳେ ସୋଇ ପଡନ୍ତି । ସାଥିରେ ନିଜ ପୁଅ ଝିଅ ଙ୍କୁ ମଧ୍ୟ ନେଇଯାଇଥାନ୍ତି । ସକାଳୁ ଉଠି ଫୁଲ ବିକ୍ରି କରି ଘରକୁ ଫେରନ୍ତି । ସଂଘର୍ଷ ସ୍ଵତେ ବେସ ସଫଳ ଚାଷୀ ହୋଇପାରିଛନ୍ତି ଏହି ମହିଳା ଚାଷୀ ମାନେ । ଯଦି ପ୍ରଶାସନ ଏହି ଫୁଲକୁ ବିକ୍ରି କରାଇବା ପାଇଁ ସ୍ଵତନ୍ତ୍ର ବନ୍ଦବସ୍ତ କରିଥିଲେ ଚାଷୀ ଆହୁରି ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।