୧୭ ଦିନ ପରେ ଥାନାରୁ ଫେରାର ମୁଦୁଲା କୁ ନିୟମଗିରି ବାସୀ କାବୁକରି ପୁଲିସକୁ ଜିମାଦେଲେ

0
228
୧୭ ଦିନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନାରୁ ଅଟକ ଥିବା ମୁଦୁଲା ଡମ୍ବୁରୁ ପୁସିକା କୁ ଥାନା ରୁ ଫେରାର ହୋଇଥିଲା ୧୭ ଦିନ ପରେ ମୁଦୁଲା କୁ ନିୟମଗିରି ବାସୀ କାବୁକରି ପୁଲିସକୁ ଜିମାଦେଲେ ।WhatsApp Image 2023 01 16 at 17.24.53 ୧୭ ଦିନ ପରେ ଥାନାରୁ ଫେରାର ମୁଦୁଲା କୁ ନିୟମଗିରି ବାସୀ କାବୁକରି ପୁଲିସକୁ ଜିମାଦେଲେ

ଏହି ଘଟଣାର କାର୍ଯ୍ୟରେ ଅବହେଳା କରିଥିବାରୁ ଏହି ଘଟଣାକୁ ନେଇ କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ଆରକ୍ଷୀକ ଅଧୀକ୍ଷକ ଜଣେ ଏଏସଆଇ ମୋନଜ କୁମାର ମଲ୍ଲୁିକ ଓ ଦୁଇଜଣ ଓଏପିଏଫ-ରାଙ୍ଗାରାଓ ମାରାଣ୍ଡି, ଡମ୍ବୁରୁ ପିଡପାକାକୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ମୁଦୁଲାକୁ ଧରିବାପରେ ମଧ୍ୟ ଗଣମାଧ୍ୟମକୁ ପୁଲିସ ପକ୍ଷରୁ ସୂଚନା ମିଳିପାରୁନି । ବିଶେଷ ସୂତ୍ରରୁ ଏହାର ଖବର ନେବାରୁ ଜଣା ପଡିଛି ଯେ ମୁଦୁଲାକୁ ପୁଲିସ ଧରିବାରେ ବିଫଳ ହୋଇଥିଲା କିନ୍ତୁ ଏହି ଖବରକୁ ନିୟମଗିରି ବାସୀ ଗୁରୁତ୍ତର ନେଇଥିଲେ । ନିୟମଗିରି ବାସୀଙ୍କ ଏକଜୁଟ ହୋଇ ୧୭ ଦିନ ପରେ ମୁଦୁଲାକୁ କାବୁକରି ପୁଲିସକୁ ଜିମାଦେଲେ ।WhatsApp Image 2023 01 16 at 17.24.54 ୧୭ ଦିନ ପରେ ଥାନାରୁ ଫେରାର ମୁଦୁଲା କୁ ନିୟମଗିରି ବାସୀ କାବୁକରି ପୁଲିସକୁ ଜିମାଦେଲେ

ଏଭଳି ନିୟମଗିରି ବାସୀଙ୍କ କାର୍ଯ୍ୟକୁ ବୁଦ୍ଧିଜୀବି ଓ ବ୍ଲକବାସୀ ପ୍ରସଂଶା କରିବା ସହ ପୁଲିସକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସାନଭାଇକୁ ହତ୍ୟାକରି ଥାନାରେ ଅଟକରହିଥିବା ମୁଦୁଲା ଡମ୍ବୁରୁକୁ ପୁସିକା ଗତ ୩୦/୧୨/୨୨ ରିଖ ପାହାନ୍ତିଆରେ ଥାନାରୁ ଫେରାର ହୋଇ ଯାଇଥିଲା । ମୁଦୁଲାକୁ ଧରିବାପାଇଁ ପୁଲିସ ଦିନ ରାତି ଏକ କରିଦେଇଥିଲେ ମଧ୍ୟ ବିଫଳ ହୋଇଥିଲା । ଏହି ଖବର ଜାଣି ନିୟମଗିରି ଆବାହକ ଲଦ ସିକକା ଓ ଯୁବ ସମ୍ପାଦକ କୃଷ୍ଣ ସିକକା ଲାମ୍ବା ଗାଁ’ରେ ପହଞ୍ଚି ପାଞ୍ଚଖଣ୍ଡ ଗ୍ରାମର ଗୁମ୍ମା, ପଟାଙ୍ଗପଦର, ଲାମ୍ବା, ଡଙ୍ଗାମାଟି, ଲାଖପଦର ଗ୍ରାମବାସୀଙ୍କ ସହ ଆଲୋଚନା କରି ଏକ ବୈଠକ କରି ହତ୍ୟା କରିଥିବା ଅଭିଯୁକ୍ତକୁ ଧରିବା ପାଇଁ କହି ସମସ୍ତ ଜଙ୍ଗରିଆ କନ୍ଧ ଏକଜୁଟ ହୋଇ ମୁଦୁଲା ଜିବାଆସିବା ବାଟକୁ ନଜର ରଖି ରାତ୍ର ସମୟରେ ଉକ୍ତ ମୁଦୁଲାକୁ ମାଡିବସିଥିଲେ ।

ବହୁ ବଳ କୌଶଳକରି ଉକ୍ତ ମୁଦୁଲା ହାତ,ଗୋଡ ବାନ୍ଧିକରି ଧରିବାପରେ ପୁଲିସକୁ ଜିମାଦେଇଥିବା ଜଣା ପଡିଛି । ସୂଚନା ଯୋଗ୍ୟ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଗତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା । ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧)କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଗତ ୨୭ ତାରିଖରେ ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ କାନ୍ଦୁଲପର୍ବ ପାଇଁ ପୂଜା ଅର୍ଚ୍ଚନା କରିବାକୁ ଯାଇଥିଲେ । ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା।ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା । ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦୁରୁ କୁ ହାଣି ହତ୍ୟା କାରିଥିଲା । ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣୀବି କହି ଭୟଭୀତ କରାଇଥିଲା ।

କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ମା ଟେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଖିଲା । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୋଲିସ ଯିବାପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀ କହିଥିଲେ ।ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ପାଣି ପିଇ ପାରିନଥିଲେ । ତିନିଦିନ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ହତ୍ୟା କରିଥିବା ଅଭିଯୁକ୍ତକୁ ଖାନାକୁ ଆଣି ଅଟକ ରଖିଥିଲା ।