ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
177
ସ୍ୱାମୀ ବିବେକାନନ୍ଦ ବିଦ୍ୟା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୮/୦୧) : ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଜାନୁୟାରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବାରୁ ଟ୍ରାଫିକ ନିୟମ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ସଚେତନାତା ଧର୍ମି ଭିଡିଓ ପ୍ରଦର୍ଶନ କରାଯାଇଛି ।WhatsApp Image 2023 01 17 at 20.17.04 ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶିବ ଶଙ୍କର ଚୌଧୁରୀ ଏବଂ ଏମ.ଭି.ଆଇ ରାଜ୍ କୁମାର୍ ବେହେରା ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ନ ଚଲାଇବା ଏବଂ ଟ୍ରାଫିକ ନିୟମ ପାଳନ କରିବା, ଦୃତ୍ ଗତିରେ ଗାଡି ଚାଳନା ନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ, ଗୁରୁଜୀ ଧୀରେନ୍ଦ୍ର ମିଶ୍ର, ଦିଲ୍ଲୀପ ପ୍ରଧାନ ସହ ସମସ୍ତ ଗୁରୁଜୀ ଏବଂ ଗୁରୁମା ପରିଚାଳନା ରେ ସହଯୋଗ କରିଥିଲେ ।