୧୫୬ ଗ୍ରାମର ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି

0
98
୧୫୬

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୧) : ୧୫୬ ଗ୍ରାମର ସୁନାରେ ତିଆରି ହୋଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମୂର୍ତ୍ତି । ସୁରତର ଏକ ସୁନା ଦୋକାନରେ ମୋଦିଙ୍କର ଏହି ମୂର୍ତ୍ତି ତିଆରି କରାଯାଇଛି ।

ଯାହା ଦେଖିବାକୁ ଅବିକଳ ମୋଦିଜୀଙ୍କ ଚେହେରା ପରି । ୨୦ ରୁ ୨୫ ଜଣ କାରିଗର ଏହି ମୂର୍ତ୍ତିକୁ ତିଆରି କରିବାକୁ ଲାଗି ପଡିଥିଲେ । ଏହାକୁ ବେଶ ନିଖୁଣ ଭାବେ ତିଆରି କରିଛନ୍ତି ଏହି କାରିଗର ମାନେ । ସେମାନେ କହିଛନ୍ତି ବିଧାନସଭା ନିର୍ବାଚନରେ ବିଜେପି ୧୮୨ ସିଟରୁ ୧୫୬ ସିଟ ହାସଲ କରିଥିଲା । ସେଥିପାଇଁ ସେ ୧୫୬ ଗ୍ରାମର ସୁନାରେ ତିଆରି କରିଛନ୍ତି । ଏହି ମୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଆଖି ଅବିକଳ ଜୀବନ୍ତ ଆଖି ରୂପେ ତିଆରି କରାଯାଇଛି । ବେଶ ପରୀକ୍ଷା ନିରିକ୍ଷା କରିବା ପରେ ଏହି ମୂର୍ତ୍ତି ତିଆରି କରାଯାଇଛି ।

ଏହି ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ୨ ରୁ ୩ ମାସ ସମୟ ଲାଗିଥିଲା । ଏହି ମୂର୍ତ୍ତିକୁ ଅବିକଳ ବନେଇବାକୁ ଖୁବ ପରିଶ୍ରମ କରିବାକୁ ପଡିଥିଲା । କେବଳ ମୋଦିଙ୍କ ଚଷମା ତିଆରି କରିବାକୁ ତାଙ୍କୁ ୨ ରୁ ୩ ଦିନ ସମୟ ଲାଗିଥିଲା । ସେ କହିଥଲେ ମୂର୍ତ୍ତି ତିଆରି ବେଳେ ତାଙ୍କୁ ବେଶ ସାବଧାନତାର ସହ ତିଆରି କରିବାକୁ ପଡିଥିଲା । କାରଣ, ମୋଦିଙ୍କ ବ୍ୟକ୍ତିଗତ ଜୀବନରେ ସେ ଜଣେ ସ୍ୱଚ୍ଛ ମଣିଷ ଅଟନ୍ତି, ତେଣୁ ତାଙ୍କ ପ୍ରତିମୂର୍ତ୍ତିରେ ଦାଗ ରହିବା କଥା ନୁହେଁ । ସେଥିପାଇଁ ସେ ଅନେକ ପରୀକ୍ଷା ନିରିକ୍ଷା କରି ସାବଧାନତାର ସହ ମୂର୍ତ୍ତି ତିଆରି କରୁଥିଲେ ।

ଏହି ମୂର୍ତ୍ତି ତିଆରି କରିବାକୁ ୧୧ ଲକ୍ଷର ସୁନା ଖର୍ଚ୍ଚ କରାଯାଇଛି । ଏହି ମୂର୍ତ୍ତିକୁ କାରିଗରମାନେ ବେଶ ଉତ୍ସର୍ଗୀକୃତ ଭାବେ ତିଆରି କରିଥିଲେ । ତେବେ ଅନେକ ଲୋକ ଏହାକୁ କିଣିବାକୁ ଚାହୁଁଥିବା ବେଳେ କାରୀଗରଙ୍କ ପାଖରୁ ଏହାକୁ ବିକିବାକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନି ।